ଗୋଆରେ ଅନୁଷ୍ଟିତ ନ୍ୟାସନାଲ ଗେମ୍ ଲାଗି ଅନୁଗୁଳ ଝିଅ ମନୋନୀତ

150

ଅନୁଗୁଳ, ୫ା୧୧ (ଡିକେ ନୁ୍ୟଜ୍):ତାଳଚେରଡେରା ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀଦିବ୍ୟାଶା ପ୍ରିୟଦର୍ଶିନୀ ଚୋପଦାର ନ୍ୟାସନାଲଗେମ୍ ପାଇଁ ମନୋନୀତ ହୋଇ ଗୋଆ ଯାତ୍ରା
କରିଛନ୍ତି । ଯାହା କି ସମଗ୍ର ଅନୁଗୁଳ ଜିଲ୍ଲା ପାଇଁଗୌରବର ବିଷୟ ଅଟେ । ମର୍ଯ୍ୟାଦା ସମ୍ପନ୍ନନ୍ୟାସନାଲ ଗେମ ପିସ୍ତଲ ସୁଟିଂ ଖେଳିବାରେଦିବ୍ୟାଶା ହେଉଛନ୍ତି ଅନୁଗୁଳ ଜିଲ୍ଲା ପାଇଁ ପ୍ରଥମବାଳିକା । ନିକଟରେ ସିବିଏସଇ ଜୋନାଲ ସୁଟିଂପ୍ରତିଯୋଗିତା କୋଲକାତାରେ ଅନୁଷ୍ଠିତ ହୋଇଥିଲା, ସେଥିରେ ମଧ୍ୟ ଦିବ୍ୟାଶାସ୍ୱର୍ଣ୍ଣ ପଦକ ହାସଲ କରି ନିଜ ଠାରୁ ସିନିୟର ବର୍ଗ ବାଳିକାଙ୍କ ସ୍କୋର ଠାରୁ ଉନ୍ନତସ୍କୋର କରି ସମସ୍ତ ବର୍ଗରେ ଟପର୍ ହୋଇଥିଲେ । ଦିବ୍ୟାଶା ସିବିଏସଇ ନ୍ୟାସନାଲସୁଟିଂ ଖେଳିବା ପାଇଁ ଗୋଆରୁ ଚଣ୍ଡିଗଡ ଯିବେ । ଚଣ୍ଡିଗଡରୁ ଫେରି ପୁଣି
ଭୋପାଳରେ ଅନୁଷ୍ଠିତ ହେଉଥିବା ନ୍ୟାସନାଲ ପିଷ୍ଟଲ ଚମ୍ପିୟାନସିପ ଭାଗ ନେବାପାଇଁ ଭୋପାଳ ଯିବେ । ଗୋଆ ଯାତ୍ରା ପାଇଁ ଓଡ଼ିଶା ରାଜ୍ୟ ସରାକାରଙ୍କ ତରଫରୁବିମାନ ଟିକେଟ ସହିତ ପ୍ରସ୍ତୁତି ଖର୍ଚ୍ଚ ପ୍ରଦାନ କରାଯାଇଛି କିନ୍ତୁ ଗୋଆରୁ ଚଣ୍ଡିଗଡଯିବା ପାଇଁ ନିଜେ ଖର୍ଚ୍ଚ କରିବାକୁ ପଡିବ କାରଣ ଏହା ଏମସିଏଲ ପ୍ରାୟୋଜିତବିଦ୍ୟାଳୟ ତରଫରୁ ଖେଳିବା ପାଇଁ ଯିବାକୁ ହେଉଛି । ଆଗରୁ ନୂଆ ଦିଲ୍ଲୀ ଏବଂଭୋପାଳ ଠାରେ ଆୟୋଜିତ ଜାତୀୟ ସୁଟିଂ ପ୍ରତିଯୋଗିତାରେ ଭାଗ ନେଇ ଜାତୀୟସ୍ତରୀୟ ରିନାଉଣ୍ଡ ସଟ ସୁଟ କରିବା ସଙ୍ଗେ ସଙ୍ଗେ ଦୁଇ ଦୁଇ ଥର ଭାରତୀୟ
ସୁଟିଂ ଦଳରେ ସାମିଲ ହେବା ପାଇଁ ସିଲେକ୍ସନ ଟ୍ରାଏଲ ପାଇଁ ବିବେଚିତ ହୋଇଥିବାସତ୍ତ୍ୱେ ଅର୍ଥ ବାଧକ ସାଜିଥିଲା ଏବଂ ସିଲେକ୍ସନ ଟ୍ରାଏଲରେ ଭାଗ ନେଇ ପାରି
ନଥିଲେ । ଦିବ୍ୟାଶା ପ୍ରିୟର୍ଶିନୀଙ୍କ କହିବା କଥା ଯେ, ୧୦ବର୍ଷ ପୁରୁଣା ପିସ୍ତଲଭଡା ସୂତ୍ରରେ ଆଣି ଜାତୀୟ ଖେଳ ଖେଳୁଛନ୍ତି । ମଝି ମଝିରେ ପିସ୍ତଲରେଯାନ୍ତ୍ରିକ ତ୍ରୁଟି ମଧ୍ୟ ପରିଲକ୍ଷିତ ହେଉଛି ତେଣୁ ସୁଟିଂ ଖରାପ ହେବାର ଆଶଙ୍କାରହୁଛି । ସୁଟିଂ ଜୋତା ୨୭ ହଜାର ଟଙ୍କାରୁ ଉଦ୍ଧ୍ୱର୍୍ ହେତୁ ଦେଶୀ ଜୋତା ପିନ୍ଧିଜାତୀୟ ସୁଟିଂ ପ୍ରତିଯୋଗିତା ଭାଗ ନେଉଛନ୍ତି । ଯେବେ ଅନ୍ୟ ରାଜ୍ୟର
ପ୍ରତିଯୋଗୀମାନେ ସମସ୍ତ ଉନ୍ନତ ସାଜ ସାରଞ୍ଜାମରେ ଖେଳୁଥିବା ବେଳେଦିବ୍ୟାଶାଙ୍କ ପାଖରେ ତାହାର ଅଭାବ ରହିଛି । ତାଳଚେର ଠାରେ ଇଲୋକ୍ଟ୍ରିନିକରେଞ୍ଜରେ ଅଭ୍ୟାସ ମଧ୍ୟ ହୋଇପାରୁନାହିଁ । ବୁଦ୍ଧିଜୀବୀଙ୍କ କହିବା କଥା ଯେ,ଅନୁଗୁଳ ଜିଲ୍ଲାରେ ଏତେ ସରକାରୀ, ବେସରକାରୀ ଖଣି ଖାଦାନ, ଶିଳ୍ପ ସଂସ୍ଥାଥିବା ସତ୍ତ୍ୱେ ତାଙ୍କ ସିଏସଆର୍ କାର୍ଯ୍ୟକ୍ରମ ପାଣିର ଗାର ପାଲଟିଛି ।

Leave A Reply

Your email address will not be published.