ନୂଆ ଇନିଂସ ଆରମ୍ଭ କରିବେ ଧୋନି

Dhoni will start the new innings.

16

ନୂଆଦିଲ୍ଲୀ, : ଭାରତୀୟ କ୍ରିକେଟ୍ ଟିମର ସବୁଠୁ ସଫଳତମ କ୍ୟାପଟେନ୍‌ଙ୍କ ମଧ୍ୟରେ ଅନ୍ୟତମ ମହେନ୍ଦ୍ର ସିଂହ ଧୋନି ଏବେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ଅଭିନୟ ଜଗତରେ ପାଦ ରଖିଛନ୍ତି ସେ । ଶୀଘ୍ର ତାଙ୍କୁ ଅଭିନେତା ଆର୍‌. ମାଧବନ୍‌ଙ୍କ ସହ \”ଦ ଚେଜ୍‌\’ରେ ଦେଖିବାକୁ ମିଳିବ । ରବିବାର ମାଧବନ୍ ଏହାର ଟିଜରକୁ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡଲରେ ସେୟାର କରିଛନ୍ତି । ସେଥିରେ ଉଭୟଙ୍କୁ କଳା ରଙ୍ଗର କମାଣ୍ଡୋ ପୋଷାକ, ବୁଲେଟପ୍ରୁଫ୍ ଜ୍ୟାକେଟ୍‌ ଓ ସନ୍ ଗ୍ଲାସ୍ ପିନ୍ଧିଥିବା ଦେଖିବାକୁ ମିଳୁଛି । ହାତରେ ବନ୍ଧୁକ ଧରି ସେମାନେ ଅପରାଧୀଙ୍କ ଉପରେ ଆଖିବୁଜା ଗୁଳିବର୍ଷଣ କରୁଛନ୍ତି । କ୍ୟାପସନରେ ମାଧବନ୍ ଲେଖିଛନ୍ତି, ଗୋଟିଏ ମିସନରେ ଦୁଇ ଯୋଦ୍ଧା । ଦର୍ଶକେ ପ୍ରସ୍ତୁତ ହୁଅନ୍ତୁ, ଧମାକାଦାର \”ଚେଜ୍‌\’ ଆରମ୍ଭ ହେବାକୁ ଯାଉଛି । ତେବେ ଏହା ଫିଲ୍ମ କିମ୍ବା ୱେବସିରିଜ୍‌ ତାହା ସ୍ପଷ୍ଟ ହୋଇନାହିଁ । ବସନ୍ ବାଲା ଏହାର ନିର୍ଦ୍ଦେଶନାରେ ଅଛନ୍ତି । ଏହା ପୂର୍ବରୁ ଧୋନି ଏକ ତାମିଲ ଫିଲ୍ମରେ କ୍ଷୁଦ୍ର ଭୂମିକାରେ ନଜର ଆସିଥିଲେ । ଏପରିସ୍ଥଳେ \”ଦ ଚେଜ୍‌\’ ଜରିଆରେ ସେ ଆନୁଷ୍ଠାନିକ ଭାବେ ଅଭିନୟ ଜଗତରେ ପ୍ରବେଶ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

Leave A Reply

Your email address will not be published.