‘ପଠାନ’ ଫିଲ୍ମ କୁ ନେଇ ଆରମ୍ଭ ହୋଇଛି ରାଜନୀତି

180

‘ପଠାନ’ ଫିଲ୍ମ କୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତି I ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ପଠାନ’ କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ହିନ୍ଦୁ ସଂଗଠନ ଫିଲ୍ମର ବେଶରମ ରଙ୍ଗ ଗୀତକୁ ନେଇ ନିଜର କ୍ରୋଧ ପ୍ରକାଶ କରୁଥିବାବେଳେ ମଧ୍ୟପ୍ରଦେଶରେ ଉଲେମା ବୋର୍ଡ ମଧ୍ୟ ଏହି ଫିଲ୍ମକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମଧ୍ୟପ୍ରଦେଶ ଉଲେମା ବୋର୍ଡ ଫିଲ୍ମକୁ ବିରୋଧ କରି ଏହାକୁ ରିଲିଜ ନକରିବାକୁ ଦାବି କରିଛନ୍ତି। ଏପଟେ ଫିଲ୍ମକୁ ନେଇ ବିବାଦ ବଢୁଥିବା ବେଳେ ଆରମ୍ଭ ହୋଇଯାଇଛି ରାଜନୀତି I   ଏବେ ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ପ୍ରତାପ ସିଂ ଖଚିରିୟାସ ନିଜର ପ୍ରତିକ୍ରିୟା ରଖିଛନ୍ତି। ରବିବାର ଦିନ ବିଜେପିକୁ ଟାର୍ଗେଟ କରି ସେ ଦାବି କରିଛନ୍ତି ଯେ ବେରୋଜଗାର ଏବଂ ଦର ବୃଦ୍ଧି ଭଳି ବାସ୍ତବ ପ୍ରସଙ୍ଗରୁ ଜନତାଙ୍କ ଧ୍ୟାନ ହଟାଇବା ପାଇଁ କେନ୍ଦ୍ରରେ ଶାସକ ଦଳ ଶାହାରୁଖ ଖାନ-ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ପଠାନ’କୁ ବିରୋଧ କରୁଛନ୍ତି। ବିଜେପିକୁ ସମାଲୋଚିତ କରି ପ୍ରତାପ ସିଂ କହିଛନ୍ତି ଯେ, ଫିଲ୍ମ ‘ପଠାନ’କୁ ବିରୋଧ କରିବା ସହ ଅପ୍ରାସଙ୍ଗିକ ପ୍ରସଙ୍ଗ ଉଠାଇ ବେକାରୀ ସମସ୍ୟା, ଦର ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ଭଳି ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବାକୁ ବିଜେପି ଚେଷ୍ଟା କରୁଛି। ଦର ବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ନିୟନ୍ତ୍ରଣ କରିବାରେ ମୋଦୀ ସରକାରଙ୍କ ଅପେକ୍ଷା ଗେହଲଟ୍ ସରକାର ୧୦୦ଗୁଣ ଭଲ କାମ କରିଛନ୍ତି। ପ୍ରକୃତ କାମ ଉପରେ ଧ୍ୟାନ ନଦେଇ ବିଜେପି ଅଯଥା କାମ କରିବାରେ ବ୍ୟସ୍ତ ଅଛି।

Leave A Reply

Your email address will not be published.