ପଦ୍ମପୁର ମୈଦାନରେ ୧୧ ପ୍ରାର୍ଥୀ

149

ଭୁବନେଶ୍ୱର, 18 ନଭେମ୍ବର  – ପଦ୍ମପୁର ଉପନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଯାଂଚ ପ୍ରକ୍ରିୟା ଶେଷ ହୋଇଛି । ଉପନିର୍ବାଚନ ପାଇଁ ମୋଟ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରୁ ସ୍ୱାଧୀନ ପ୍ରାର୍ଥୀ ଜୟନ୍ତ ଥପା ଓ ଦେବବ୍ରତ ସୁନାନୀଙ୍କ ନାମାଙ୍କନ ନାକଚ ହୋଇଯାଇଛି । ରିଟର୍ଣ୍ଣି ଅଧିକାରୀ ତ୍ରିଲୋଚନ ପାତ୍ର ଏହି ସୂଚନା ଦେଇଛନ୍ତି ।

ପଦ୍ମପୁର ଉପନିର୍ବାଚନ ପାଇଁ ବର୍ତମାନ ୧୧ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବ । ପଦ୍ମପୁରୁକୁ ହାତେଇବା ପାଇଁ ପ୍ରମୁଖ ରାଜନୈତିକ ଦଳ ଯଥା ବିଜୁ ଜନତା ଦଳ (ବିଜେଡି), ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରେସ ନିଜର ଶକ୍ତି ଲଗାଇବ । ଏଥିପାଇଁ ଏହି ୩ ଦଳ ନିଜ ନିଜ ସ୍ତରରେ ରଣନୀତି ଆରମ୍ଭ କରିଦେଇଛନ୍ତି । ବିଜୁ ଜନତା ଦଳ ସ୍ୱର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ଝିଅ ବର୍ଷାରାଣୀ ସିଂ ବରିହାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଭାରତୀୟ ଜନତା ପାର୍ଟି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ କରିଛି ।

Leave A Reply

Your email address will not be published.