ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ ଚାପୁଡ଼ା ମାରିଲେ ଆଇଏସ୍‌ଆଇର ମୁଖ୍ୟ

239

ପାକିସ୍ତାନରେ ଇମ୍ରାନ୍‌ ଖାନ୍‌ଙ୍କୁ ଚାପୁଡ଼ା ଘଟଣା ଏବେ ଚର୍ଚ୍ଚାରେ ରହିଛି। ରିପୋର୍ଟ ମୁତାବକ, ଏପ୍ରିଲ ୯ ତାରିଖ ରାତିରେ ଇମ୍ରାନ୍‌ଙ୍କୁ ଚାପୁଡ଼ା ମାରିଛନ୍ତି ଆଇଏସ୍‌ଆଇର ମୁଖ୍ୟ। ଏପ୍ରିଲ ୯ ଓ ୧୦ ତାରିଖ ରାତିରେ ଇମ୍ରାନ୍‌ ସରକାର ଭୁଶୁଡ଼ିବା ବେଳେ ହାଇ ଡ୍ରାମା ହୋଇଥିଲା। କିଛି ଘଟଣା ସାମ୍ନାକୁ ଆସିଥିବା ବେଳେ ଆଉ କିଛିକୁ ଲୁଚାଯାଇଛି। ଏବେ ଧୀରେ ଧୀରେ ସବୁ ଘଟଣା ସାମ୍ନାକୁ ଆସୁଛି।
ସୂଚନା ମୁତାବକ, ଏପ୍ରିଲ ୯ ତାରିଖ ରାତିରେ ଇମ୍ରାନ୍‌ଙ୍କ ବନୀଗାଲାସ୍ଥିତ ଘରର ଲନ୍‌ରେ ଏକ ହେଲିକପ୍ଟର ଲ୍ୟାଣ୍ଡ୍‌ କରିଥିଲା। ଏଥିରେ ଦୁଇ ଜଣ ବିଶିଷ୍ଟ ବ୍ୟକ୍ତି ଥିଲେ। ଉଭୟେ ଇମ୍ରାନଙ୍କ ସହ ଅଲଗା ଅଲଗା ରୁମ୍‌ରେ ସାକ୍ଷାତ କରିଥିଲେ ଓ ଇସ୍ତଫା ଦେବାକୁ କହିଥିଲେ। ସେମାନଙ୍କ କଥା ଶୁଣି ଇମ୍ରାନ୍‌ ରାଗି ଯାଇଥିଲେ। ସେ ଅଶାଳୀନ ଭାଷା କହିଥିଲେ। ଫଳରେ ବ୍ୟକ୍ତି ଜଣକ ଇମ୍ରାନ୍‌କୁ ଏକ ଶକ୍ତ ଚାପୁଡ଼ା ଦେଇଥିଲେ। ଏହା ପରେ ସେଠାରୁ ଚାଲି ଆସିଥିଲେ। ତା’ ପରର ସବୁ କଥା ସମସ୍ତଙ୍କ ସାମ୍ନାରେ। ଭୋଟିଂ ହେଲା ଓ ଇମ୍ରାନ୍‌ ସରକାର ଭୁଶୁଡ଼ି ପଡ଼ିଲା।

ତେବେ କୁହାଯାଉଛି ଯେ ସେଦିନ ରାତିରେ ଇମ୍ରାନ୍‌କୁ ଚାପୁଡ଼ା ମାରିଥିବା ବ୍ୟକ୍ତି ହେଉଛନ୍ତି ଆଇଏସ୍‌ଆଇ ମୁଖ୍ୟ। ଉଭୟଙ୍କ ଭିତରେ କଥା କଟା କଟି ହୋଇଥିଲା। ଶେଷରେ ଉତ୍‌କ୍ଷିପ୍ତ ହୋଇ ସେ ଇମ୍ରାନ୍‌ଙ୍କୁ ଚାପୁଡ଼ା ମାରିଥିଲେ।

ପ୍ରକାଶ ଯେ ଇମ୍ରାନ୍‌ ଖାନ୍‌ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ନେଇ ଶେଷ ଯାଏଁ ଡ୍ରାମା ଚାଲିଥିଲା। ସେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ବି ରାଜି ନଥିଲେ। ସେ ଅନାସ୍ଥା ଭୋଟ୍‌ ପାଇଁ ରାଜି ନଥିଲେ। ଇମ୍ରାନ୍‌ ସଂସଦକୁ ଭଙ୍ଗ କରି ପୁନର୍ବାର ନିର୍ବାଚନ ଚାହୁଁଥିଲେ। କିନ୍ତୁ ସେନା ତାଙ୍କୁ ସର୍ବୋଚ୍ଚ କୋର୍ଟଙ୍କ ଆଦେଶ ପାଳନ କରିବାକୁ କହିଥିଲା। କିନ୍ତୁ ଇମ୍ରାନ୍‌ ତାକୁ ବି ଖାତିର କରିନଥିଲେ। ସେ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜଓ୍ଵାଙ୍କୁ ହଟାଇବାକୁ ବି ନୋଟିସ୍‌ ତିଆରି କରି ଦେଇଥିଲେ। ସେଥିରେ କେବଳ ନମ୍ବର ଲେଖିବା ବାକିଥିଲା। ତେବେ ଶେଷରେ ଇମ୍ରାନ୍‌ଙ୍କର ସବୁ ଚାଲ୍‌ ଫସର ଫାଟିଯାଇଥିଲା ଓ ତାଙ୍କୁ ଗାଦି ଛାଡ଼ିବାକୁ ପଡ଼ିଛି |

Leave A Reply

Your email address will not be published.