ପାଣ୍ଡ୍ୟାଙ୍କ ଉପରେ ବିସିସିଆଇର ବଡ଼ ଆକ୍ସନ

84

ନୂଆଦିଲ୍ଲୀ, : ଆଇପିଏଲ୍ ୨୦୨୫ର ୯ମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା । ଏଥିରେ ମୁମ୍ବାଇ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହା ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହି ସିଜିନର ପ୍ରଥମ ମ୍ୟାଚ ଥିଲା । କିନ୍ତୁ ଏହି ମ୍ୟାଚରେ ତାଙ୍କ ପକ୍ଷରୁ ଏକ ବଡ଼ ଭୁଲ ହୋଇଯାଇଥିଲା । ଯେଉଁଥିଲାଗି ବିସିସିଆଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲକ୍ଷ ଲକ୍ଷ ଟଙ୍କା ଜରିମାନା ଲଗାଇଛି । ଶନିବାର ଖେଳାଯାଇଥିବା ମ୍ୟାଚ୍‌ ସମୟରେ ମୁମ୍ବାଇ ଅଧିନାୟକ ପାଣ୍ଡ୍ୟାଙ୍କୁ ସ୍ଲୋ ଓଭର ରେଟ୍ ପାଇଁ ଜରିମାନା ଲଗାଯାଇଛି । ଏହି ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ଏହା ପ୍ରଥମ ଅପରାଧ ଏବଂ ପାଣ୍ଡ୍ୟାଙ୍କୁ କେବଳ ଜରିମାନା ଦେବାକୁ ପଡିଛି । ଯାହାର ଅର୍ଥ ହେଲା ହାର୍ଦ୍ଦିକଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି । ଗତ ସିଜିନରେ ମଧ୍ୟ ହାର୍ଦ୍ଦିକଙ୍କଠାରୁ ଅନେକ ମ୍ୟାଚରେ ଏପରି ଭୁଲ ଦେଖିବାକୁ ମିଳିଥିଲା । ଆଇପିଏଲ ତାର ପ୍ରେସ ରିଲିଜରେ କହିଛି, \”ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ଆଇପିଏଲ ୨୦୨୫ର ୯ ନମ୍ବର ମ୍ୟାଚ ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକଙ୍କ ଦଳ ଧୀର ଓଭର-ରେଟ୍ ବଜାୟ ରଖିବାରୁ ତାଙ୍କୁ ଜରିମାନା କରାଯାଇଛି । ଯେହେତୁ ଏହା ଆଇପିଏଲ୍ ଆଚରଣ ସଂହିତାର ଧାରା ୨.୨ ଅନୁଯାୟୀ ସିଜନରେ ତାଙ୍କ ଦଳର ପ୍ରଥମ ଅପରାଧ ଥିଲା, ଯାହା ସର୍ବନିମ୍ନ ଓଭର-ରେଟ ଅପରାଧ ସହିତ ଜଡିତ, ତେଣୁ ପାଣ୍ଡ୍ୟାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି ।\’ ଗତ ସିଜିନରେ ମୁମ୍ବାଇର ଶେଷ ମ୍ୟାଚରେ ହାର୍ଦ୍ଦିକଙ୍କୁ ସ୍ଲୋ ଓଭର ରେଟ ଯୋଗୁ ଗୋଟିଏ ମ୍ୟାଚ ପାଇଁ ବାସନ୍ଦ କରାଯାଇଥିଲା । ଫଳରେ ସେ ଏହି ସିଜିନର ପ୍ରଥମ ମ୍ୟାଚ ଖେଳିପାରିଲେ ନାହିଁ । କିନ୍ତୁ ଏବେ ଫେରିବା ପରେ ତାଙ୍କୁ ଏହି ବଡ଼ ଝଟକା ଲାଗିଛି । ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ନିର୍ଦ୍ଧାରିତ ସମୟରେ ୨୦ ଓଭର ବୋଲିଂ କରିପାରି ନଥିଲା । ଯାହା କାରଣରୁ ତାଙ୍କୁ ଗୁଜରାଟ ଇନିଂସର ଶେଷ ଓଭରରେ ଦଣ୍ଡ ଦିଆଯାଇଥିଲା । ଏହି ଓଭରରେ ତାଙ୍କୁ ୩୦ ୟାର୍ଡ ସର୍କଲରେ ଜଣେ ଅତିରିକ୍ତ ଫିଲ୍ଡର ରଖିବାକୁ ପଡିଲା ।

Leave A Reply

Your email address will not be published.