ପୁଣି ରହିତାଦେଶ ଜାରୀ କଲେ ହାଇକୋର୍ଟ

76

ବ୍ରହ୍ମପୁର : ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ବେଆଇନ୍ ଭାବରେ ଅହେତୁକ ଘରପାନୁ ବୃଦ୍ଧିକୁ ଯେଉଁପରି ଭାବରେ ମହାନଗର ନିଗମ କର୍ତୃପକ୍ଷ ବ୍ରହ୍ମପୁରବାସୀ ଙ୍କ ଉପରେ ଜୋର୍ ଜବରଦସ୍ତି ଲଦି ଦେଇଥିଲେ, ତାହାର ଵିରୁଦ୍ଧରେ ବ୍ରହ୍ମପୁରର ଜଣାଶୁଣା ବରିଷ୍ଠ ଆଇନଜୀଵୀ, ବିଜେପି ନେତା ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ଶ୍ରୀ ପୀତବାସ ପଣ୍ଡା ୨୦୨୧ ମସିହାରେ ଏହା ବିରୁଦ୍ଧରେ ମହାନଗର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ, ମହାନଗର ନିଗମ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ବେଆଇନ ଘରପାନୁ ବୃଦ୍ଧି ଵିରୁଦ୍ଧରେ ଓଡ଼ିଶାର ମାନ୍ୟବର ଉଚ୍ଚତମ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ । W,P(C).No – ୧୧୨୯୦/୨୦୨୧ ରେ ଆଇନଜୀବୀ ଶ୍ରୀ ପଣ୍ଡା ଏକ ମକଦ୍ଦମା ରୁଜୁ କରିଥିଲେ । ଉକ୍ତ ମକଦ୍ଦମାକୁ ବିଚାର କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ପ୍ରଥମେ ରହିତାଦେଶ ଜାରୀ କରି ବର୍ଦ୍ଧିତ ଘରପାନୁ ଆଦାୟ ଉପରେ ରୋକ ଲଗାଇଥିଲେ । ପରବର୍ତ୍ତି ସମୟରେ ଚୂଡ଼ାନ୍ତ ଆଦେଶରେ ମାନ୍ୟବର ଅଦାଲତ ମହାନଗର ନିଗମକୁ ଚାରି ମାସ ମଧ୍ୟରେ କାଉନସିଲ ବୈଠକ ଡାକି ଘରପାନୁ ବୃଦ୍ଧି ପ୍ରସଙ୍ଗରେ ପୁନଃ ବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ମହାନଗର ନିଗମ ବେଆଇନ୍ ଘର ଟିକସ ବୃଦ୍ଧିକୁ ଯଥାର୍ଥ ପ୍ରତିପାଦନ କରି ଘରପାନୁ ବୃଦ୍ଧି ଠିକ୍ ବୋଲି ନିଷ୍ପତ୍ତି ଗ୍ରହଣ କଲେ । ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଧେଶ ପ୍ରକାରେ ଆବେଦନକାରୀ ଆଇନଜୀବୀ ଶ୍ରୀ ପୀତବାସ ପଣ୍ଡା ମହାନଗର କତୃପକ୍ଷଙ୍କ ନିଷ୍ପତ୍ତି ରେ ସନ୍ତୁଷ୍ଟ ନ ହୋଇ ପୁଣି W,P(C) 8784/2025 ପ୍ରକାରେ ବେଆଇନ୍ ଘର ଟିକସ ବୃଦ୍ଧିକୁ ପୁଣି ବିରୋଧ କରି ମାନ୍ୟବର ଅଦାଲତରେ ମହାନଗର ନିଗମର ନିଷ୍ପତିକୁ ଚ୍ୟାଲେଞ୍ଜ କରିଥିଲେ । ଆଜି ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପୁଣି ବର୍ଦ୍ଧିତ ଘରପାନୁ ବୃଦ୍ଧିକୁ ରୋକ୍ ଲଗାଇବା ସହ ବ୍ରହ୍ମପୁର ମହାନଗର ନିଗମ କତୃପକ୍ଷଙ୍କୁ ଅହେତୁକ ଘର ଟିକସ ବୃଦ୍ଧିର କାରଣ କଣ ବୋଲି ନୋଟିସ୍ ଜାରୀ କରିଛନ୍ତି । ଏଠାରେ ଉଲ୍ଲଖଯୋଗ୍ୟ ଯେ ୨୦୨୦ ମସିହାରେ ମହାନଗର ନିଗମ ଯେତେବେଳେ ଘର ଟିକସ ବୃଦ୍ଧି କରିଥିଲେ ସେତେବେଳେ ଜନ ଶୁଣାଣି କରିନାହାନ୍ତି କିମ୍ବା କାଉନସିଲ୍ ର ଅନୁମତି ନେଇ ନଥିଲେ ଏବଂ ଏଥିପାଇଁ କୌଣସି ସରକାରୀ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିନଥିଲେ । ଉକ୍ତ ମକଦ୍ଦମାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଇନଜୀବୀ ସିଦ୍ଧାର୍ଥ ପାଢ଼ୀ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.