ପ୍ରଥମେ ସ୍ୱାମୀ ପରେ ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛନ୍ତି ସୁକାନ୍ତଙ୍କ ପତ୍ନୀ
ମୋ ସୁନାର ସଂସାର ଉପରେ କାହାର ନଜର ଲାଗିଗଲା। ପ୍ରଥମେ ଭଗବାନ ମୋ ସ୍ୱାମୀକୁ ନେଇଗଲେ, ଏବେ ପୁଅକୁ ନେଇଗଲେ। ଭଗବାନ ବହୁତ ନିଷ୍ଠୁର। ଯେପରି ସବୁ ଦୁଃଖ ମୋ ଭାଗ୍ୟରେ ଲେଖି ଦେଇଛନ୍ତି। ମୁଁ କିପରି ବଞ୍ଚିବ? ଏ ଦୁନିଆରେ ମୋର ଆଉ କିଏ ଅଛି? ଏଇ କଥା କହୁଛନ୍ତି କାନ୍ଦିକାନ୍ଦି ଗଡ଼ିଯାଉଛି ପୁତ୍ରହରା ମା’, ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ ଧକ୍କାରେ ମୃତ୍ୟୁ ଘଟିଥିବା ସୁକାନ୍ତ ବେହେରାଙ୍କ ସ୍ତ୍ରୀ। ସୁକାନ୍ତଙ୍କ ମୃତ୍ୟୁକୁ ମାସେ ପୂରି ନାହିଁ। ଆଜି ସକାଳେ ସୁକାନ୍ତଙ୍କର ୨ ବର୍ଷର ପୁଅର ମୃତ୍ୟୁ ଘଟିଛି। କିଛିଦିନ ତଳେ ସ୍ୱାମୀକୁ ହରାଇ ଧୈର୍ଯ୍ୟହରା ହୋଇ ପଡ଼ିଥିବା ସୁକାନ୍ତଙ୍କ ସ୍ତ୍ରୀ ପୁଅକୁ ହରାଇ ପାଗଳି ପରି ବ୍ୟବହାର କରୁଛନ୍ତି। ଯେପରି ସୁକାନ୍ତଙ୍କ ପରିବାର ଉପରେ କାହାର ନଜର ଲାଗିଯାଇଛି। ଅସାବଧାନତା ହେତୁ ଗରମ ପେଜରେ ପଡ଼ି ପୋଡି ଯାଇଥିଲେ । ପରିବାର ଲୋକେ କଟକ ବଡ଼ ମେଡିକାଲ ଆଣିଥିଲେ ଆଜି ଚିକିତ୍ସିତ ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ତାର ମୃତ୍ୟୁ ଘଟିଛି I ରାଣୀ ପଣ୍ଡାଙ୍କ କାର ଦୁର୍ଘଟଣାରେ ସ୍ବର୍ଗତ ସୁଜିତ୍ ର ବାପା ସୁକାନ୍ତ ଙ୍କର ମୃତ୍ୟୁ ଘଟି ଥିଲା। ମୃତ ସୁଜିତ୍ ସ୍ବର୍ଗତ ସୁକାନ୍ତ ଙ୍କର୍ ଏକମାତ୍ର ପୁତ୍ର ଥିଲେ। ଏହି ଖବର ଗାଁରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।