ବାଇଡେନ୍‌ଙ୍କ ଚେତାବନୀ କ୍ଷମତାରେ ରହିପାରିବେନି ପୁଟିନ

216

ଡୁମାଣୀ ଟିଭି ,୨୭/୩ : ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । କେହି କାହାରିକୁ ଛାଡିବାକୁ ନାରାଜ । ଦୀର୍ଘ ୩୨ ଦିନ ହେଲା ୟୁକ୍ରେନ ଉପରେ ମିସାଇଲ ମାଡ କରି ଚାଲିଛି ମସ୍କୋ । ନାନା କଟକଣା ଲାଗିବା ସତ୍ତ୍ୱେ ବି ଋଷ ଆକ୍ରମଣରୁ ହଟୁନାହିଁ । ଏହାମଧ୍ୟରେ ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମସ୍କୋ ବସ୍ ଭ୍ଲାଦିମିର ପୁଟିନଙ୍କ ଉପରେ ବର୍ଷିଛନ୍ତି ।
ବାଇଡେନ୍ କହିଛନ୍ତି ଯେ, ପୁଟିନ ଅଧିକ ଦିନ କ୍ଷମତାରେ ରହିପାରିବେ ନାହିଁ । ୟୁକ୍ରେନ ସହ ଯୁଦ୍ଧରେ ସେ ପାରସ୍ତ ହେବେ । ଯାହା ମସ୍କୋ ଉପରେ ମଧ୍ୟ ଭବିଷ୍ୟତରେ ପ୍ରତିକୂଳ ପ୍ରଭାବ ପକାଇବ ।
ବାଇଜେନ୍ ଆହୁରି କହିଛନ୍ତି ଯେ, ବିଶ୍ୱ ଏକ ବଡ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ପୁଟିନ ଅଧିକ ଦିନ ନିଜର ଆଧିପତ୍ୟ ଜାହିର କରିପାରିବେ ନାହିଁ । ଏହା ଋଷ ପାଇଁ ଏକ ବଡ ବିଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦି ପୁଚିନ ନାଟୋ ଦେଶ ସୀମାରେ ପଶିବାକୁ ଚେଷ୍ଟା କରନ୍ତି ତେବେ ସେ ରକ୍ଷା ପାଇବେନି ।
ନାଟୋ ଦେଶକୁ ଅକ୍ତିଆର କରିବା କଥା ପୁଟିନ ଭୁଲିଯିବା ଦରକାର । ଏହାସହ ଋଷ ନାଗରିକ ତାଙ୍କ ଶତ୍ରୁ ନୁହେଁ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ।

Leave A Reply

Your email address will not be published.