ବାତ୍ୟା ରୁପ ନେଲା ଗଭିର ଅବପାତ

144

ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ହେଲା ବାତ୍ୟା ସି-ତ୍ରାଙ୍ଗ
ବାତ୍ୟା ସି-ତ୍ରାଙ୍ଗ ଉତ୍ତର, ଉତ୍ତର-ପୂର୍ବ ଦିଗରେ ଗତି କରୁଛି
୧୨ ଘଣ୍ଟାପରେ ଭିଷଣ ବାତ୍ୟାରେ ପରିଣତ ହେବ

ସାଗର ଦ୍ବୀପଠାରୁ ୫୮୦ କିଲୋମିଟର ଦକ୍ଷିଣରେ ଥିବା ବେଳେ ବାଂଲାଦେଶ ବରିସାଲଠାରୁ ୭୪୦ କିଲୋମିଟର ଦୂରରେ ରହିଛି ବାତ୍ୟା । ଉତ୍ତର ଉତ୍ତର ପୂର୍ବ ଦିଗକୁ ମୁହାଁଉଛି ବାତ୍ୟା ସିତ୍ରଙ୍ଗ । ଆସନ୍ତାକାଲି ଭୟଙ୍କର ରୂପ ଧାରଣ କରି ୨ ୫ତାରିଖ ସକାଳେ ସିତ୍ରଙ୍ଗ ବାଂଲାଦେଶ ଉପକୂଳ ଅତିକ୍ରମ କରିବା ନେଇ ଆଇଏମଡି ପୂର୍ବାନୁମାନ କରିଛି ।
ବାତ୍ୟା ‘ସିତ୍ରାଙ୍ଗ’ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଏହା ଆଗାମୀ ୧୨ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଜାରି କରାଯାଇଛି।
ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ସିତ୍ରାଙ୍ଗ ଘଣ୍ଟା ପ୍ରତି ୧୨ କିମି ବେଗରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏହା ବର୍ତ୍ତମାନ ସାଗର ଦ୍ଵୀପପୁଞ୍ଜ ଠାରୁ ଦକ୍ଷିଣ ଦିଗରେ ୫୦୦ କିମି ଦୂରରେ ପୂର୍ବ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି।
ଆସନ୍ତାକାଲି ସକାଳ ସୁଦ୍ଧା ବାଂଲାଦେଶର ତିନ୍କୋନାଓ ସାନଦ୍ୱୀପ ଅଞ୍ଚଳରେ ସ୍ଥଳଭାଗକୁ ଅତିକ୍ରମ କରିବ। ବାତ୍ୟା ପ୍ରଭାବରେ ଆଜି ଓଡ଼ିଶାର ୬ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି।

Leave A Reply

Your email address will not be published.