ବାଲିଯାତ୍ରା ଆଉ ଗୋଟିଏ ଦିନ ବଢିଲା

151

ଭୁବନେଶ୍ୱର, 15 ନଭେମ୍ବର  – ଗୋଟିଏ ଦିନ ବଢିଛି କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରାର ଅବଧି । ବୁଧବାର ଦିନ ବାଲିଯାତ୍ରା ଶେଷ ହେବାର ଥିଲା ବେଳେ ଏହା ଗୁରୁବାର ଶେଷ ହେବ । ମଙ୍ଗଳବାର ଦିନ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ସାଧାରଣ ଲୋକ ଓ ବ୍ୟବସାୟୀଙ୍କ ଦାବିକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଦୁଇ ଦିନ ବଢ଼ାଇବା ପାଇଁ କଟକ ମେୟରଙ୍କ ତରଫରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀ ଆଉ ଗୋଟିଏ ଦିନ ବଢ଼ାଇବାକୁ ସମ୍ମତି ପ୍ରକାଶ କରିଥିଲେ । ବାଲିଯାତ୍ରା ଦେଖିବାକୁ ପ୍ରତିଦିନ କଟକରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଉଛି ।

Leave A Reply

Your email address will not be published.