ବିଗ୍ ବସ୍ ସିଜନ୍ ୧୯ରେ ନଜର ଆସିବେ ପହଲଗାମ ହମଲାରେ ଶହୀଦଙ୍କ ପତ୍ନୀ

Wife of Pahalgam attack martyr to appear in Bigg Boss Season 19

60

ନୂଆଦିଲ୍ଲୀ,: ଏପ୍ରିଲ ୨୨, ଏ ତାରିଖକୁ କେହି କେବେ ଭୁଲି ପାରିବେ ନାହିଁ । ମିନି ସ୍ୱିଜରଲାଣ୍ଡ କୁହାଯାଉଥିବା ପହଲଗାମର ବୈସରନ ଘାଟିରେ ରକ୍ତର ନଦୀ ବୁହାଇଥିଲେ ଆତଙ୍କୀ । ନୂଆ ଜୀବନ ଆରମ୍ଭ କରି ସ୍ୱାମୀଙ୍କ ସହ ବୁଲିବାକୁ ଯାଇଥିବା ସ୍ତ୍ରୀଙ୍କ ମଥାରୁ ସିନ୍ଦୂର ପୋଛି ଦେଇଥିଲେ ଆତଙ୍କବାଦୀ । ଆଉ ସବୁଠୁ ହୃଦୟବିଦାରକ ଥିଲା ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଘଟଣା ଦିନର ଫଟୋ । ଆତଙ୍କୀଙ୍କ ଗୁଳିରେ ସ୍ୱାମୀ ଆଖି ବୁଜିଛନ୍ତି ତାଙ୍କ ପାଖରେ ନିସ୍ତବ୍ଦ, ନୀରବ ହୋଇ ବସିଥିଲେ ତାଙ୍କ ପତ୍ନୀ । ଏହି ଫଟୋ ଦେଶବାସୀଙ୍କ ଆଖିରେ ଲୁହ ଆଣି ଦେଇଥିଲା । ପହଲଗାମ ପୀଡ଼ିତ ନୌସେନା ଅଧିକାରୀ ବିନୟ ନରୱାଲ । ଯିଏକି ଆତଙ୍କୀ ଗୁଳିରେ ଆଖି ବୁଜିଥିଲେ । କୁହାଯାଉଛି କି ତାଙ୍କୁ ପତ୍ନୀ ହିମାଂଶୀ ନରୱାଲ ଚଳିତ ବିଗ୍ ବସ୍ ସିଜନ୍‌ ୧୯ରେ ନଜର ଆସିବେ । ସେ ଏଲଭିଶ୍‌ଙ୍କ ବନ୍ଧୁ ମଧ୍ୟ । ସଲମାନ ଖାନଙ୍କ ଲୋକପ୍ରିୟ ଶୋ ‘ବିଗ୍‌ ବସ୍ ୧୯\’ ୨୪ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି । ସଲମାନ ଖାନଙ୍କ ଅନେକ ପ୍ରୋମୋ ଆସିଛି, ଯେଉଁଥିରେ ତାଙ୍କୁ ଜଣେ ନେତା ଭାବରେ ଦେଖାଯାଉଛି । ୧୯ତମ ସିଜିନ୍‌ ରାଜନୈତିକ ବିଷୟବସ୍ତୁ ଉପରେ ଆଧାରିତ । ଶୋ\’ ପାଇଁ ପ୍ରାୟ ସମସ୍ତ ପ୍ରତିଯୋଗୀଙ୍କ ନାମ ଚୂଡ଼ାନ୍ତ ହୋଇଛି । ଏହି ସମୟରେ, ପହଲଗାମ୍‌ ଆକ୍ରମଣରେ ଶହୀଦ ହୋଇଥିବା ଭାରତୀୟ ନୌସେନା ସୈନିକ ବିନୟ ନରୱାଲଙ୍କ ପତ୍ନୀ ହିମାଂଶୀ ଖବରରେ ଅଛନ୍ତି । ତାଙ୍କୁ ‘ବିଗ୍ ବସ୍‌ ୧୯\’ ପାଇଁ ଅଫର୍ ମିଳିଛି ବୋଲି ଖବର ଆସିଛି । ରିପୋର୍ଟ ଅନୁସାରେ, ‘ବିଗ୍ ବସ୍‌ ୧୯\’ର ନିର୍ମାତାମାନେ ଏଥର ଶୋ\’ରେ ହିମାଂଶୀ ନରୱାଲଙ୍କୁ ଆଣିବାକୁ ଚାହୁଁଛନ୍ତି । ଏହାର କାରଣ ହେଉଛି ଜନତା । ପ୍ରକୃତରେ, ପହଲଗାମ୍ ଆକ୍ରମଣ ପରଠାରୁ ଦର୍ଶକ ହିମାଂଶୀ ନରୱାଲଙ୍କ ସହ ଯୋଡ଼ି ହୋଇଛନ୍ତି । ନିର୍ମାତାମାନେ ସେହି ଲୋକମାନଙ୍କୁ ସେମାନଙ୍କ ଶୋ\’ର ଅଂଶ କରିବାକୁ ଚାହୁଁଛନ୍ତି, ଯାହାଙ୍କ ସହିତ ଲୋକମାନେ ପୂର୍ବରୁ ଯୋଡ଼ି ହୋଇଛନ୍ତି । ଏହି କାରଣରୁ ତାଙ୍କୁ ଏହି ସିଜିନରେ ନେବା ନେଇ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.