ବିଶିଷ୍ଟ କୂଟନୀତିଜ୍ଞ ଅବସର ବେଉରିଆଙ୍କ ପରଲୋକ

161

ଭୁବନେଶ୍ବର, 17 ନଭେମ୍ବର – ଦେଶର ପୂର୍ବତନ ରାଷ୍ଟ୍ରଦୂତ, ବିଶିଷ୍ଟ କୂଟନୀତିଜ୍ଞ, ଲେଖକ ତଥା ସ୍ତମ୍ଭକାର ଅବସର ବେଉରିଆଙ୍କର ପରଲୋକ ହୋଇ ଯାଇଛି । ବୁଧବାର ବିଳମ୍ବିତ ରାତ୍ରୀରେ ଭୁବନେଶ୍ୱର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଶ୍ରୀ ବେଉରିଆ ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ,, ମିଆଁମାର, ଶ୍ରୀଲଙ୍କା ଏବଂ ରୁଷରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ। ଏଥିସହିତ ବହୁବାର ବିଭିନ୍ନ ଅନ୍ତର୍ଜାତୀୟ ସମ୍ମିଳନୀରେ ବି ଯୋଗ ଦେଇଥିଲେ। ଓଡିଆ ଷ୍ଟଡିଜ୍ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଥିଲେ।

Leave A Reply

Your email address will not be published.