ବିଶ୍ୱ ପର୍ଯ୍ୟାବରଣ ଦିବସ ଅବସରରେ ଏକଲ ଅଭିଯାନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

104

ଧର୍ମଗଡ଼, କୋକସରା ବ୍ଲକ କାଉଡୋଲା ପଞ୍ଚାୟତ କୁମୁଡାମୁଣ୍ଡା ଗ୍ରାମ ରେ ଏକଳ ଅଭିଯାନ ତରଫରୁ ବିଶ୍ବ ପର୍ଯ୍ୟାବରଣ ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।।ଏହି କାର୍ଯ୍ୟକ୍ରମ କୁ ଭବାନୀପାଟଣା ଗତିବିଧି ପ୍ରମୁଖ ଘନଶ୍ୟାମ ଭାଟି,କୋକସରା ବ୍ଲକ ସଞ୍ଚ ପ୍ରମୁଖ ସୁରେନ୍ଦ୍ର ରାଉତ,ଆଚାର୍ଯ୍ୟ ଲକ୍ଷ୍ମଣ ଅଧିକାରୀ,ଏକଳ ବିଦ୍ୟାଳୟ ସଭାପତି ଉଦୟନାଥ ନାଏକ ଙ୍କ ତତ୍ୱାବଧାନ ରେ ଆୟୋଜିତ ହୋଇଥିବା ବେଳେ ବିଶ୍ଵ ରେ ଋତୁଚକ୍ର ପରିବର୍ତ୍ତନ ଓ ବୃଦ୍ଧି ପାଉଥିବା ତାପମାତ୍ରା କୁ କେବଳ ବୃକ୍ଷ ରୋପଣ ଦ୍ଵାରା ଆମେ ପୃଥିବୀ କୁ ଋତୁଚକ୍ର ର ଅନିୟମିତତା ରୁ ସନ୍ତୁଳନ କରିବାରେ ସହାୟକ ହୋଇ ପାଇବା ବୋଳି ମତ ପ୍ରକାଶ କରିଥିଲେ। ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଭାଗିରଥି ଦିଶାରୀ, ଅରୁଣ କୁମାର ନାଏକ, ଖଗେଶ୍ବର ପୁଝାରୀ, ପ୍ରସାଦ ରାଉତ,ସନ୍ତୋଷ ଅଧିକାରୀ, ଗୋଲାପ ନାଏକ,ଦକ୍ଷିଣ ଦିଶାରୀ, କବିରାଜ ପାତ୍ର, ମିତ୍ରଭାନୁ ଭଞ୍ଜ, ସ୍ନେହ ସମ୍ପର୍କ ପରିବାର ର ସଭ୍ୟା ଜ୍ୟୋସ୍ନା ରାଉତ , ଯଶୋଦା ମାଝୀ, କୁମାରୀ ନାଏକ ସମେତ ଅନେକ ସଂଖ୍ୟା ରେ ମହିଳା,ଗ୍ରାମ ର ବୟୋଜ୍ୟେଷ୍ଠ ଓ ଏକଳ ବିଦ୍ୟାଳୟ ଶିଶୁମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଛନ୍ତି।

Leave A Reply

Your email address will not be published.