ମାର୍ଲବା ଘାଟିରେ ବସ୍ ଦୁର୍ଘଟଣା 25 ଆହତ

105

ଗଜପତି : ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ଇସ୍ପାତ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ବସ୍ ଟି ସବୁଦିନ ରାତ୍ର ସମୟରେ ସେହି ରାସ୍ତାରେ ଭୁବନେଶ୍ୱର କୁ ପାରଳାଖେମୁଣ୍ଡି ଯା ଆସ କରୁଥିଲେ ମଧ୍ଯ ଆଜି ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ବେଳେ ଭୋର ସମୟରେ ରାୟଗଡ଼ ଥାନା ଅନ୍ତର୍ଗତ ମାର୍ଲବା ନିକଟ ଘାଟି ରାସ୍ତା ରେ ଓଲ୍ହାଉଥିବା ସମୟରେ କୌଣସି ଅସୁବିଧା ବଶତଃ ଗୋଟିଏ ବୁଲାଣି ଠାରେ ବୁଲି ନ ପାରି ପିଚୁ ରାସ୍ତା ପାର ହୋଇ ସିଧା ପାହାଡ଼ ପଟକୁ ମାଡି ଯାଇଥିଲା । ଗୋଟିଏ ବଡ଼ ଦୁର୍ଘଟଣା ରୁ ବସ୍ ଟି ବଞ୍ଚିଯାଇଥିଲେ ମଧ୍ଯ ବସ୍ ରେ ଶୋଇଥିବା ପ୍ରାୟ 25 ଜଣ ଯାତ୍ରୀମାନେ ହଠାତ ଅପ୍ରସ୍ତୁତ ହୋଇ ପଡିଯାଇ ଆହତ ହୋଇଥିଲେ । ଆହତ ମାନଙ୍କୁ ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ଚିକତ୍ସା କରାଯାଇ ଥିଲା । କେତେକଙ୍କ ଅବସ୍ଥା ସାଙ୍ଘାତିକ ଥିବାରୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି

Leave A Reply

Your email address will not be published.