ମୋତେ ଦେଶ ବିରୋଧୀ କହି ଫିଲ୍ମ ରିଲିଜ୍ ବନ୍ଦ କରିଦେଲେ, ଏବେ ପାକିସ୍ତାନ ସହ ମ୍ୟାଚ୍ କେମିତି ଖେଳୁଛି ଭାରତ

They stopped the release of the film by calling me anti-national, how is India playing the match with Pakistan now?

20

ନୂଆଦିଲ୍ଲୀ, : ପହଲଗାମ ଆତଙ୍କବାଦୀ ଆକ୍ରମଣ, ପାକିସ୍ତାନୀ ଅଭିନେତା ହାନିଆ ଆମିରଙ୍କ ସହ ତାଙ୍କ ଫିଲ୍ମ ସରଦାରଜୀ ୩କୁ ନେଇ ବିବାଦ ଏବଂ ଭାରତ ଓ ପାକିସ୍ତାନ ମ୍ୟାଚ୍‌କୁ ନେଇ ଗାୟକ-ଅଭିନେତା ଦିଲଜିତ୍‌ ଦୋସାଞ୍ଜ ତାଙ୍କର ନୀରବତା ଭାଙ୍ଗିଛନ୍ତି । ମାଲେସିଆରେ ତାଙ୍କ କନସର୍ଟରେ ଭାଷଣ ଦେଇ ଦିଲଜିତ୍ କହିଥିଲେ ଯେ, ତାଙ୍କର ଫିଲ୍ମ ସରଦାରଜୀ ୩\’ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ସୁଟିଂ ହୋଇଥିଲା । ଏହା ସତ୍ତ୍ୱେ ବି ଫିଲ୍ମ ରିଲିଜ୍ ଉପରେ ପ୍ରତିବନ୍ଧକ ଲାଗିଥିଲା । କିନ୍ତୁ ଭାରତ-ପାକିସ୍ତାନ ମ୍ୟାଚ୍‌, ଆକ୍ରମଣ ପରେ ଆୟୋଜିତ ହୋଇ ବି ଏହାକୁ ଅନୁମତି ଦିଆଗଲା । ମୋ ପାଖରେ ଅନେକ କିଛି କହିବାକୁ ଅଛି । ହେଲେ ମୁଁ ଚୁପ୍ ରହିଛି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦିଲଜିତ୍ ଜାତୀୟ ପତାକାକୁ ସଲାମ କରୁଥିବାର ଅନେକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ସେ, \”ଏହା ମୋ ଦେଶର ପତାକା । ସର୍ବଦା ସମ୍ମାନ କର’ ବୋଲି କହୁଛନ୍ତି । ତା\’ପରେ ସେ ଦର୍ଶକଙ୍କଠାରୁ କିଛି କହିବା ପାଇଁ ଅନୁମତି ମାଗୁଛନ୍ତି । ପଞ୍ଜାବୀ ଭାଷାରେ ସେ କହୁଛନ୍ତି ଯେ, \”ଯେତେବେଳେ ଫେବ୍ରୁଆରିରେ ମୋର ଫିଲ୍ମ ‘ସରଦାରଜୀ ୩\’ ସୁଟିଂ ହୋଇଥିଲା, ସେତେବେଳେ ମ୍ୟାଚ୍ ଖେଳାଯାଉଥିଲା । ୨୨ ଏପ୍ରିଲରେ ପହଲଗାମ୍‌ରେ ଦୁଃଖଦ ଘଟଣା ଘଟିଥିଲା ଏବଂ ୨୬ ଜଣ ଲୋକ, ମୁଖ୍ୟତଃ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ସେତେବେଳେ ଏବଂ ଏବେ ମଧ୍ୟ, ଆମେ ସର୍ବଦା ପ୍ରାର୍ଥନା କରିଆସିଛୁ ଯେ ଆତଙ୍କବାଦୀମାନଙ୍କୁ କଠୋର ଦଣ୍ଡ ଦିଆଯାଉ । ପାର୍ଥକ୍ୟ ଏତିକି ଯେ ମୋର ଫିଲ୍ମ ଆକ୍ରମଣ ପୂର୍ବରୁ ସୁଟିଂ କରାଯାଇଥିଲା ଏବଂ ଆକ୍ରମଣ ପରେ ମ୍ୟାଚ୍‌ ଖେଳାଯାଇଥିଲା ।’ ଏଭଳି କହି ତାଙ୍କ ପ୍ରତି ପକ୍ଷପାତିତା କରାଯାଇଥିବା ନେଇ ଇଙ୍ଗିତ କରିଥିଲେ ଦିଲ୍‌ଜିତ୍ । ଏହା ପରେ ସେ ଭାରତୀୟ ଗଣମାଧ୍ୟମକୁ ଟାର୍ଗେଟ କରି କହିଥିଲେ ଯେ, \”ମୋତେ ଦେଶ ବିରୋଧୀ ଭାବରେ ଚିତ୍ରଣ କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲା ଭାରତୀୟ ଗଣମାଧ୍ୟମ । କିନ୍ତୁ ପଞ୍ଜାବୀ ଏବଂ ଶିଖ୍ ସମ୍ପ୍ରଦାୟ କେବେବି ଦେଶ ବିରୋଧରେ ଯାଇପାରିବେ ନାହିଁ ।’

Leave A Reply

Your email address will not be published.