ମ୍ୟାଚ ପୂର୍ବରୁ ଭାରତୀୟ ଦଳକୁ ଝଟକା, ଆଘାତ କାରଣରୁ କୋହଲି ଦଳରୁ ବାଦ୍

412

ଭାରତୀୟ କ୍ରିକେଟ ଦଳକୁ ଏକ ବଡ ଝଟକା ଲାଗିଛି । ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୩ଟି ଦିନିକିଆ ମ୍ୟଚ୍ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆରୁ ବିରାଟ କୋହଲି ବାଦ୍ ପଡିଛନ୍ତି । ପୂର୍ବରୁ କରାପ ଫର୍ମରେ ଥିବା କାରଣରୁ ଚର୍ଚ୍ଚାରେ ରହିଥିବା ବେଳେ ବର୍ତମାନ ତାଙ୍କ ୁହୋଇଥିବା ଆଘାତ କାରଣରୁ ସେ ଏହି ମ୍ୟାଚ୍ ଖେଳି ପାରିବେନି । ଦଳର କପ୍ତାନ ରୋହିତ ଶର୍ମା ଏନେଇ ସୂଚନା ଦେଇଥିବା ବେଳେ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ଖେଳିପାରିବେନି ବୋଲି କହିଥିଲେ । ଏହି କାରଣରୁ ମ୍ୟାଚ୍ ଆରମ୍ଭ ପୂର୍ବରୁ ଭାରତୀୟ ଦଳକୁ ଏକ ବଡ ଝଟକା ଲାଗିଛି । ଟିମ୍ ର ଷ୍ଟାର ପ୍ଳେୟର ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ କପ୍ତାନ ବିରାଟ କୋହଲି ପ୍ରଥମ ମ୍ୟାଚ ଖେଳିପାରିବେନି । ହୋଇଥିବା ଆଘାତ କାରଣରୁ ତାଙ୍କୁ ପ୍ରଥମ ମ୍ୟାଚରେ ବିଶ୍ରାମ ଦିଆଯାଇଛି ।

Leave A Reply

Your email address will not be published.