ଓଡ଼ିଶାର “ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’କୁ ପ୍ରଶଂସା

165

ଭୁବନେଶ୍ୱର,୧୫ା୧୦(ଡିକେ ନୁ୍ୟଜ):ସାରା ଦେଶ ପାଇଁ ମଡେଲ ସାଜିଥିବାଓଡ଼ିଶାର ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାକୁବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସାକରାଯାଉଛି । ଏହି ଯୋଜନାର ପ୍ରଶଂସକତାଲିକାରେ ଯୋଡ଼ି ହୋଇଛନ୍ତିଲଣ୍ଡନସ୍ଥିତ ଆନ୍ତର୍ଜାତିକ ଜଳସଂଘରକାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଡ. କଳାନିଥିଭୈରବମୂର୍ତ୍ତି । ଗତ ୯ ତାରିଖରେ ୧୮ସହରରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେଅତିଥି ଭାବେ ଯୋଗଦେଇ ଭୈରବମୂର୍ତ୍ତିଓଡ଼ିଶାର ଏହି କାର୍ଯ୍ୟକ୍ରମକୁ ଏକଅନନ୍ୟ ଉଦାହରଣ ବୋଲି ଅବିହିତକରିଛନ୍ତି । ନିଜ ବକ୍ତବ୍ୟରେ ସେକହିଥିଲେ ଯେ ଏହା କେବଳ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କ ଦୃଢ଼ରାଜନୈତିକ ଇଚ୍ଛାଶକ୍ତି, ସାଧାରଣ ଲୋକଙ୍କ ଅଂଶଗ୍ରହଣ ଏବଂ ପ୍ରଯୁକ୍ତିବିଦ୍ୟାର ଉପଯୋଗ କାରଣରୁସମ୍ଭବ ହୋଇପାରିଛି । ମୁଖ୍ୟମନ୍ତ୍ରୀଙ୍କୁଧନ୍ୟବାଦ ଦେଇ ସେ ଆହୁରି କହିଥିଲେ ଯେ ଆପଣଙ୍କ ଦୂରଦୃଷ୍ଟି ଏହିପରିବର୍ତ୍ତନକୁ ବାଟ କଢ଼ାଇ ନେଇଥିବାବେଳେ ଏହି ଉଲ୍ଲେଖନୀୟ କାର୍ଯ୍ୟବର୍ତ୍ତମାନ ସ୍ପଷ୍ଟ ଭାବେ ଦୃଶ୍ୟମାନହେଉଛି । ଡ୍ରିଙ୍କ ଫ୍ରମ୍ ଟ୍ୟାପର ଏହିସଫଳତା ବର୍ତ୍ତମାନ ଅନ୍ତର୍ଜାତୀୟସ୍ତରରେ ଆଲୋଚନାର ବିଷୟବସ୍ତୁପାଲଟିଛି । ଅନ୍ତର୍ଜାତୀୟ ଜଳ କ୍ଷେତ୍ରରେବିଶେଷକରି ବିଶ୍ୱର ଦକ୍ଷିଣ ଭାଗକୁଆପଣ ଦେଉଥିବା ପ୍ରେରଣା ପାଇଁଆପଣଙ୍କୁ ଧନ୍ୟବାଦ ଏବଂ ସାଲ୍ୟୁଟ୍ବୋଲି ଭୈରବମୂର୍ତ୍ତି କହିଥିଲେ । ସ୍ଥାନୀୟଲୋକସେବା ଭବନ ସମ୍ମିଳନୀକକ୍ଷଠାରେ ଆୟୋଜିତ ଉକ୍ତକାର୍ଯ୍ୟକ୍ରମରେ ସେ କହିଲେ ଯେ ମୋଅଭିଜ୍ଞତା ଅନୁଯାୟୀ ଏକ ସାଧାରଣଜଳଯୋଗାଣ ପ୍ରଣାଳୀରୁ ୨୪ ଘଣ୍ଟିଆଜଳଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକାରୀକରିବା ଦିଗରେ ବହୁତ ଗୁଡ଼ିଏ ଆହ୍ୱାନରହିଥାଏ । ଏପରିକି ଏହାକୁ କେହି କେହିଅସମ୍ଭବ କିମ୍ବା କଷ୍ଟସାଧ୍ୟ ବୋଲିକହିପାରନ୍ତି । ମାତ୍ର ଓଡ଼ିଶାରେ ସହରାଞ୍ଚଳଜନସାଧାପଣଙ୍କ ପାଇଁ ରୂପାନ୍ତରିତ ୨୪ଘଣ୍ଟିଆ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ବିଶୁଦ୍ଧ ଜଳଯୋଗାଣ ମଡେଲ କ୍ଷେତ୍ରରେ ରହିଥିବାମୋ ଧାରଣାକୁ ଭୁଲ୍ ପ୍ରମାଣିତ କରିଛି ।ଏହି ବ୍ୟବସ୍ଥାରେ ଆପଣ ଦୂରଦୃଷ୍ଟିସମ୍ପନ୍ନରାଜନୈତିକ ଇଚ୍ଛାଶକ୍ତି ସହ ବୈଷୟିକଜ୍ଞାନକୈଶଳ ଏବଂ ଜନଭାଗିଦାରୀଙ୍କୁଏକତ୍ର କରିଛନ୍ତି । ଯାହାଫଳରେ ଏହିକାର୍ଯ୍ୟକ୍ରମ ସଫଳ ହୋଇପାରିଛି ବୋଲିସେ ମତବ୍ୟକ୍ତ କରିଥିଲେ । ଏହାସହସେ ରାଜ୍ୟର ସହରାଞ୍ଚଳ ଜଳ ଯୋଗାଣବ୍ୟବସ୍ଥାରେ ସ୍ମାର୍ଟ ଜଳ ଯୋଗାଣପରି·ଳନାର ଉଚ୍ଚ ପ୍ରଶଂସା କରିଥିଲେ ।ବିଶେଷକରି ଏହି ବ୍ୟବସ୍ଥା ଅଧୀନରେସହରର ବସ୍ତିବାସିନ୍ଦା, ମହିଳା ଏବଂତୃତୀୟଲିଙ୍ଗୀକୁ ସାମିଲ କରିବା ସହସ୍ଥାନୀୟ ପରିସ୍ଥିତି ଡିଜିଟାଲ ସମାଧାନରମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ ।ସୂଚନାଯୋଗ୍ୟ ଯେ “୫-ଟି’ଉପକ୍ରମଅଧୀନରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍କାର୍ଯ୍ୟକ୍ରମର ପରିକଳ୍ପନାକରାଯାଇଥିବା ବେଳେ ଇତିମଧ୍ୟରେଏହା ୩ ବର୍ଷ ପୂରଣ କରି ସାରିଛି ।ଏଯାବତ୍ ରାଜ୍ୟର ସହରାଞ୍ଚଳର୧୧୫ଟି ସହର ମଧ୍ୟରୁ ୨୪ଟିସହର ଏହି ଯୋଜନା ଅଧୀନରେଅନ୍ତର୍ଭୁକ୍ତ ହୋଇ ସାରିଛନ୍ତି । ବଳକାସହରଗୁଡ଼ିକୁ ପର୍ଯ୍ୟାୟକ୍ରମରେଏଥିରେ ଅନ୍ତର୍ଭୁକ୍ତ କରାଯାଉଛି । ଗତସୋମବାର ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନଅଧୀନରେ ୫ଟି ସହରରେ ସମ୍ପୂର୍ଣ୍ଣଭାବେ ଓ ଅନ୍ୟ ୧୩ଟି ସହରର୧୪୯ଟି ୱାର୍ଡରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ଯୋଜନାରେ ଜଳ ଯୋଗାଣ ସେବାଆରମ୍ଭ କରିଥିଲେ । ଏହିଅବସରରେ ସେ ଏହି କାର୍ଯ୍ୟକ୍ରମରେଜଳସାଥୀ ଭାବେ ମିଶନ ଶକ୍ତିଏସ୍ଏଚ୍ଜିମାନଙ୍କ ଭୂମିକାକୁ ଉଚ୍ଚପ୍ରଶଂସା କରିଥିଲେ ।

Leave A Reply

Your email address will not be published.