ସୋଲାର ବିଶ୍ୱ କଂଗ୍ରେସରେ ଅଚୁ୍ୟତ ସାମନ୍ତ ସମ୍ମାନ୍ନିତ

146

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ନୂଆଦିଲ୍ଲୀଠାରେ ଚାଲିଥିବା ସୋଲାର ବିଶ୍ୱ କଂଗ୍ରେସ ୨୦୨୩ରେ ଶୁକ୍ରବାର କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତଙ୍କୁ ସୋଲାର ଏନର୍ଜୀସୋସାଇଟି ଅଫ୍ ଇଣ୍ଡିଆ (ଏସ୍ଇଏସ୍ଆଇ) ପକ୍ଷରୁ ସମ୍ମାନୀତକରାଯାଇଛି । କିଟ୍ ଓ କିସ୍ ମାଧ୍ୟମରେ ସବୁଜ ଶକ୍ତିକୁ ବ୍ୟାପକ ପ୍ରୋତ୍ସାହନ ନିମନ୍ତେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କିଟ୍ ଓ କିସ୍କୁ ସମ୍ପୂର୍ଣ୍ଣ ସବୁଜ କ୍ୟାମ୍ପସରେ ପରିଣତକରିବା ସହ ସୌରଶକ୍ତିକୁ ପ୍ରୋତ୍ସାହନଦେଇ ଆସୁଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ମହାନିଦେ୍ର୍ଦଶକ ଡ. ମୃତୁ୍ୟଞ୍ଜୟ ମହାପାତ୍ରଙ୍କ ଉପସ୍ଥିତିରେ ଶ୍ରୀ ସାମନ୍ତଙ୍କୁ ସୋଲାର ଏନର୍ଜୀ ସୋସାଇଟି ଅଫ୍ ଇଣ୍ଡିଆର ସଭାପତିପ୍ରଫୁଲ୍ଲ ପାଠକ ଏହି ସମ୍ମାନ ପ୍ରଦାନ କରିଥିଲେ । ଏହି ଅବସରରେ ଶିକ୍ଷା ଓ ସମାଜସେବା ସହ ପରିବେଶ ସୁରକ୍ଷା ଦିଗରେ ସୌର ଶକ୍ତି ଓ ସବୁଜ ଶକ୍ତିକୁ ବ୍ୟାପକ ପ୍ରୋତ୍ସାହନ ନିମନ୍ତେ ସେମାନେ ଶ୍ରୀ ସାମନ୍ତଙ୍କୁଭୂୟସୀ ପ୍ରଶଂସା କରିଥିଲେ । ସ୍ୱଚ୍ଛ, ସବୁଜ ଓ ସ୍ଥାୟୀ ଭବିଷ୍ୟତ ପାଇଁ ଶ୍ରୀ ସାମନ୍ତଙ୍କ ଅନବଦ୍ୟ ପ୍ରୟାସ ପ୍ରେରଣାଦାୟୀ ବୋଲି ସୋଲାର ବିଶ୍ୱ କଂଗ୍ରେସରେ ଏସ୍ଇଏସ୍ଆଇ ପକ୍ଷରୁକୁହାଯାଇଛି । ସବୁଜ ପ୍ରୟାସ ସକାଶେଏହା ପୂର୍ବରୁ ୨୦୧୮ରେ ତେହେରାନ୍ଠାରେ ଏନର୍ଜୀ ଗ୍ଲୋବ୍ଫାଉଣ୍ଡେସନ ପକ୍ଷରୁ କିସ୍କୁ ସମ୍ମାନଜନକ ଏନର୍ଜୀ ଗ୍ଲୋବ୍ପୁ ରସ୍କାର ପ୍ରଦାନ କରାଯାଇଥିଲା । ଅର୍ନ୍ତଜାତୀୟ ସୋଲାର ଏନର୍ଜୀ ସୋସାଇଟି (ଆଇଏସ୍ଇଏସ୍) ପକ୍ଷରୁ ନୂଆଦିଲ୍ଲୀଠାରେ ଅକ୍ଟୋବର୩୦ରୁ ୬ ଦିନିଆ ଆଇଏସ୍ଇଏସ୍ସୋ ଲାର ବିଶ୍ୱ କଂଗ୍ରେସ ଚାଲିଛି । ଏହି କଂଗ୍ରେସରେ ୫୦ରୁ ଊଦ୍ଧ୍ୱର୍ଦେ ଶରୁ ବହୁ ବୈଜ୍ଞାନିକ, ଗବେଷକ, ଇଂଜିନିୟର, ଆର୍କିଟେକ୍ଟ, ଶିଳ୍ପ ସଂସ୍ଥା ପ୍ରତିନିଧି ଆଦି ଯୋଗ ଦେଇଛନ୍ତି

Leave A Reply

Your email address will not be published.