ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ଏମ୍ଏସ୍ଏମ୍ଇ ଆଉଟ୍ରିଚ୍ କାର୍ଯ୍ୟକ୍ରମ
ଭୁବନେଶ୍ୱର,: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏମ୍ଏସ୍ଏମ୍ଇ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଭୁବନେଶ୍ୱରର ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡିଶା ସରକାରଙ୍କ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ମବୀ ଗୋକୁଳା ନନ୍ଦ ମଲ୍ଲିକ, ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ମହାପ୍ରବନ୍ଧକ ଏ.କେ. ବିନୋଦ, ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ମୁଖ୍ୟ ତଥା ମହାପ୍ରବନ୍ଧକ ସର୍ଭେଶ ରଞ୍ଜନ ଏବଂ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ତଥା ଉପ- ମହାପ୍ରବନ୍ଧକ ନିରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାହକ ସଂଯୋଗୀକରଣ ସହିତ ଗ୍ରାହକମାନଙ୍କୁ ଏମ୍ଏସ୍ଏମ୍ଇ ଉତ୍ପାଦ ଓ ଅଗ୍ରାଧିକାର ଭିତ୍ତିରେ ଓଡିଶା ସରକାର ଏବଂ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ନିଆଯାଇଥିବା ଏମ୍ଏସ୍ଏମ୍ଇର ବିଭିନ୍ନ ସଦ୍ୟତମ ପଦକ୍ଷେପଗୁଡିକ ବିଷୟରେ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା । ଏଥିରେ ମୂଲ୍ୟବାନ ଏମ୍ଏସ୍ଏମ୍ଇ ଗ୍ରାହକମାନଙ୍କୁ ଶ୍ରୀ ମଲ୍ଲିକ ମଞ୍ଜୁରୀ ପତ୍ର ପ୍ରଦାନ କରିଥିଲେ । ଏଥିରେ ୨୫୦ରୁ ଉର୍ଦ୍ଧ୍ୱ ଗ୍ରାହକ ଯୋଗ ଦେଇଥିଲେ ।