୨୧ରେ କଳିଙ୍ଗ ଷ୍ଟାଡିୟମରେ ହେବ ବିଶାଳ ଗଣ ଦୌଡ଼ ; ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

A grand race will be held at Kalinga Stadium on the 21st; Chief Minister releases the jersey

17

ଭୁବନେଶ୍ୱର, : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିବସ ଅବସରରେ ଆସନ୍ତା ୨୧ ତାରିଖ ସକାଳ ୭ଟା ସମୟରେ ଦେଶର ୭୫ଟି ସହରରେ ୧୦ ଲକ୍ଷ ଯୁବକଙ୍କୁ ନେଇ ଗଣଦୌଡର ଆୟୋଜନ କରାଯାଇଛି । ଏହି ଗଣଦୌଡର ବାର୍ତ୍ତା ହେଉଛି ‘ନିଶା ମୁକ୍ତ ଭାରତ’ । ଏହି କ୍ରମରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ ବିଶାଳ ଗଣଦୌଡର ଆୟୋଜନ କରାଯାଇଛି । ଏହି ଗଣଦୌଡକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିବେ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏହି ଗଣଦୌଡର ଜର୍ସି ଉନ୍ମୋଚନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଏକ ମହତ ବାର୍ତ୍ତା ନେଇ ଆୟୋଜନ ହେଉଥିବା ଏହି ଗଣଦୌଡରେ ବିପୁଳ ସଂଖ୍ୟକ ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.