ଅଭିଯୋଗ ପାଇବା ପରେ ଚାଷୀଙ୍କୁ ପାଣି ଯୋଗାଇଲେ ଅଧିକ୍ଷଣ ଯନ୍ତ୍ରୀ

454

କେନ୍ଦ୍ରାପଡା-, 3 ନଭେମ୍ବର,  କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ଏବଂ ଆୟବା ପଂଚାୟତର ଶହ ଶହ ଚାଷୀ ସେମାନଙ୍କ ଚାଷ ଜମିରେ ପାଣି ନଯିବାରୁ ଫସଲ ସଂପୂର୍ଣ୍ଣ ଭାବରେ ଉଜୁଡିବାକୁ ବସିଥିବା ଅଭିଯୋଗ କରିବା ପରେ ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି । ଜଳ ସେଚନ ବିଭାଗର ୮ନଂ କେନାଲର ଶେଷ ମୁଣ୍ଡ କଂସାର ପଂଚାୟତ କାଙ୍କଦିଆ ଠାରେ ଥିବା ଏକ ଲକ୍କୁ ସ୍ଥାନୀୟ କେତେକ ଖଳ ପ୍ରକୃତିର ଲୋକ ମାଛ ଧରିବା ପାଇଁ ବନ୍ଦ କରିଦେଇ ଥିବାରୁ ଚାଷୀ ମାନଙ୍କ ଜମିକୁ ପାଣି ଯାଉନାହିଁ । ବାରମ୍ବାର ଏହି ଚାଷୀମାନେ ଅଭିଯୋଗ କଲାପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଚାଷୀ ମାନଙ୍କ ପକ୍ଷରୁ ରାସ୍ତାରୋକ ପାଇଁ ଲିଖିତ ଭାବରେ ଜଣାଇବା ପରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସେଠୀ ବୁଧବାର ମଧ୍ୟାହ୍ନରେ କର୍ମଚାରୀକୁ ପଠାଇ ଲକ୍କୁ ଖୋଲିଥିବା ଜଣାପଡିଛି ।

Leave A Reply

Your email address will not be published.