ଆଗକୁ ୭ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା

229
ଆଗକୁ ୭ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା

ଡୁମାଣୀ ଟିଭି,୧୯/୩ : ବ୍ୟାଙ୍କରେ ଟଙ୍କା ନେଣ ଦେଣ କରୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର। ସବୁ ବେଳେ ବ୍ୟାଙ୍କରେ ଟ୍ରାଞ୍ଜାକ୍ସନ୍ କରୁଥିବା ଉପଭୋକ୍ତାଙ୍କୁ ଚଳିତ ମାସରେ ୭ ଦିନ ହଇରାଣ ହେବାକୁ ପଡ଼ିବ। କାରଣ ମାର୍ଚ୍ଚ ୧୭ରୁ ୨୯ ତାରିଖ ପର‌୍ୟ୍ୟନ୍ତ ମୋଟ୍ ୭ ଦିନ ଧରି ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଫଳରେ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାମ ହୋଇପାରିବ ନାହିଁ। କିନ୍ତୁ ମୋବାଇଲ ଓ ଇଣ୍ଟରନେଟ୍ ବ୍ୟାଙ୍କିଂ ଜରିଆରେ ଗ୍ରାହକ ସବୁ କାମ ପୂର୍ବ ଭଳି କରିପାରିବେ।
ବ୍ୟାଙ୍କିଂ କ୍ୟାଲେଣ୍ଡର ଅନୁସାରେ, ୧୭ ମାର୍ଚ୍ଚରୁ ୨୯ ମାର୍ଚ୍ଚ ମଧ୍ୟରେ ବ୍ୟାଙ୍କ ୫ ଦିନ ବନ୍ଦ ରହିବ। ସେହିପରି ଟ୍ରେଡ୍ ୟୁନିୟନ୍ର ଆହ୍ଵାନରେ ବ୍ୟାଙ୍କ କର୍ମଚାରୀ ୨ ଦିନ ହରତାଳରେ ରହିବେ। ବ୍ୟାଙ୍କ ଅଧିକାରୀଙ୍କ ସୂଚନା ମୁତାବକ, ଆସନ୍ତା ଶନିବାର (ମାର୍ଚ୍ଚ ୧୯)କୁ ଛାଡ଼ି ବ୍ୟାଙ୍କ ୧୭ ମାର୍ଚ୍ଚରୁ ୩ ଦିନ ପାଇଁ ବନ୍ଦ ରହିବ। ୧୭ ଓ ୧୮ ହୋଲି ଯୋଗୁ ଓ ତା’ପରେ ୨୦ ତାରିଖ ରବିବାର ଯୋଗୁ ବ୍ୟାଙ୍କ କାର‌୍ୟ୍ୟ ବନ୍ଦ ରହିବ।
ଏହି ଭଳି ୨୬ ମାର୍ଚ୍ଚରୁ ଲଗାତାର ୪ ଦିନ ଯାଏଁ ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚ ୨୬ରେ ଚତୁର୍ଥ ଶନିବାର ପଡ଼ୁଛି। ତା’ ପରଦିନ ମାର୍ଚ୍ଚ ୨୭ରେ ରବିବାର ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ୨୮ ଓ ୨୯ ମାର୍ଚ୍ଚରେ ସମସ୍ତ ସରକାରୀ ବ୍ୟାଙ୍କ କର୍ମଚାରୀ ଟ୍ରେଡ୍ ୟୁନିୟନ୍ର ଡାକରାରେ ହରତାଳରେ ଭାଗ ନେବେ। ବ୍ୟାଙ୍କିଂ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ନୀତିଗତ ପରିବର୍ତ୍ତନ ବିରୋଧରେ ବ୍ୟାଙ୍କ କର୍ମଚାରୀ ହରତାଳ କରିବେ। ଏଣୁ ମାର୍ଚ୍ଚ ୧୭ରୁ ୨୯ ଯାଏଁ ବ୍ୟାଙ୍କ ବନ୍ଦ ରହିବ।

Leave A Reply

Your email address will not be published.