ଏଣିକି ପୋଷ୍ଟ ଅଫିସରେ ବଦଳ ହେବ ୨ ହଜାର ଟଙ୍କିଆ ନୋଟ୍

163

ମୁମ୍ବାଇ: ଡାକ ଜରିଆରେ ଦୁଇହଜାର ଟଙ୍କିଆ ପଠାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲୋକମାନଙ୍କୁ ଆହ୍ୱାନ ଦିଆ ଯାଇଛି । ଦେଶର ଯେକୌଣସି
ଡାକ ଘର ଜରିଅ ।ରେ ଲୋକ ମାନେ ରିଜର୍ଭ ବ୍ୟାଙ୍କର ଇସ୍ୟୁ କାର୍ଯ୍ୟାଳୟକୁ ୨୦୦୦ ଟଙ୍କିଆ ପଠାଇପାରିବେ । ସେମାନେ ଦେଇଥିବା ବ୍ୟାଙ୍କ ଖାତାରେ ସେହି
ଟଙ୍କାକୁ ଜମା କରାଯିବ । ଟଙ୍କା ସହ ଏକ ଆବେଦନ ଫର୍ମ ପୂରଣ କରି ପଠାଇବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ବୀମାଭୁକ୍ତ ଡାକ
ଜରିଆରେ ୨୦୦୦ ଟଙ୍କିଆ ନୋଟ୍ ପଠାଇବା ଲାଗି ଲୋକମାନଙ୍କୁ ରିଜର୍ଭ ବ୍ୟାଙ୍କ ଉତ୍ସାହିତ କରୁଛି । ଏହାଦ୍ୱାରା ସୁରକ୍ଷିତ ଭାବେ ଟଙ୍କା ଖାତାରେ
ଜମା ହେବ । ଦୂର ସ୍ଥାନକୁ ଯାତ୍ରା କରି ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଠିଆ ହେବାରେ ଅପଚୟ ହେଉ ଥିବା ମୟ ବଞ୍ଚିଯିବ ବୋଲି ରିଜର୍ଭ
ବ୍ୟାଙ୍କ କହିଛି । ଡାକ ଜରିଆରେ ରିଜର୍ଭ ବ୍ୟାଙ୍କର ଇସ୍ୟୁ କାର୍ଯ୍ୟାଳୟକୁ ୨୦୦୦ ଟଙ୍କିଆ ପଠାଇବା ଲାଗି ବୈଧ କାଗଜପତ୍ର ମଧ୍ୟ ଦେବାକୁ
ପଡ଼ିବ । ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ପରିଚୟପତ୍ର, ପାସ୍ ପୋର୍ଟ, ଏମଜିନରେଗା ଜବ କାର୍ଡ, କାର୍ଡ କାର୍ଡ, ଭାରତ
ସରକାରଙ୍କ ବିଭାଗ ଜାରି କରିଥିବା ପରିଚୟ ପତ୍ର ଆଦିକୁ ଗ୍ରହଣ କରାଯାଉଛି । ୨୦୦୦ ଟଙ୍କିଆ ସହିତ ଗ୍ରାହକଙ୍କ ନାମ, ବ୍ୟାଙ୍କଖାତା ନମ୍ବର, କେଉଁ ପ୍ରକାର ଖାତା,
ବ୍ୟାଙ୍କ ନାମ, ଶାଖାର ଠିକଣା ଓ ଆଇଏଫ୍ଏସ୍ସି କୋଡ୍ ଦେବାକୁ ପଡ଼ିବ । ତେବେ ଯଦି କୌଣସି ସୂଚନା ସଠିକ୍ ନଥିବ କିମ୍ବା ଖାତା କେୱାଇସି ନିୟମ ପାଳନ
କରୁନଥିବ ସେଥିପାଇଁ ରିଜର୍ଭ ବ୍ୟାଙ୍କ ଦାୟୀ ରହିବ ନାହିଁ । ଭୁବନେଶ୍ୱର ସମେତ ଦେଶର ୧୯ଟି ସ୍ଥାନରେ ଥିବା ରିଜର୍ଭ ବ୍ୟାଙ୍କର ଇସୁ୍ୟ କାର୍ଯ୍ୟାଳୟରେ
୨୦୦୦ ଟଙ୍କିଆ ବଦଳାଇବା ବ୍ୟବସ୍ଥା ରହିଛି । ଗତ କିଛି ଦିନ ହେଲାଣି ବିଭିନ୍ନ ସ୍ଥାନରେ ୨୦୦୦ ଟଙ୍କିଆ ବଦଳାଇବା ଲାଗି ଲୋକଙ୍କ ଲମ୍ବା ଧାଡ଼ି ଲାଗୁଛି ।
ସେଥିରୁ ଅଧିକାଂଶ ଲୋକ ଦଲାଲମାନଙ୍କ ଠାରୁ କମିସନ ନେଇ ଟଙ୍କା ବଦଳ କରୁଥିବା ଅଭିଯୋଗ ରହିଛି । କେବଳ ଭୁବନେଶ୍ୱର ନୁହେଁ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.