ଓଡ଼ିଶାକୁ ପ୍ରଥମ ପଦକ ଦେଲେ ପ୍ରମୋଦ: ସୁମିତ ଓ ସୁନ୍ଦରଙ୍କୁ ସ୍ୱଣ୍ଣ

144

ଭୁବନେଶ୍ୱର, ୨୬ା୧୦ (ଡିକେନୁ୍ୟଜ୍): ଚଳିତ ହାଙ୍ଗଝୌ ଏସୀୟପାରା କ୍ରୀଡ଼ାରୁ ଓଡ଼ିଶାକୁ ବୁଧବାରପ୍ରଥମ ପଦକ ଆସିଛି । ରାଜ୍ୟରତାରକା ବ୍ୟାଡମିଣ୍ଟନ ଖେଳାଳିପ୍ରମୋଦ ଭଗତ ମିଶ୍ରିତ ଯୁଗଳରେକାଂସ୍ୟ ଜିତି ଏହି ଭେଟିଦେଇଛନ୍ତି । ସେମିଫାଇନାଲରେପ୍ରମୋଦ ଓ ତାଙ୍କ ସାଥୀ ମନୀଷାରାମଦାସ ୧୯-୨୧, ୧୪-୨୧ରେ ଇଣ୍ଡୋନେସିଆ ଯୋଡ଼ିଲିଆନି ରାତ୍ରି ଓକତିଲା ଓ ହିକମତରାମଦାନୀଙ୍କଠୁ ହାରି କାଂସ୍ୟରେସନ୍ତୁଷ୍ଟ ରହିଥିଲେ । ତେବେ ଉଭୟପୁରୁଷ ଏକକ ଓ ଯୁଗଳରସେମିଫାଇନାଲରେ ପହଞ୍ଚି ଆଉଦୁଇଟି ପଦକ ନିଶ୍ଚିତ କରିଛନ୍ତି ।ପୁରୁଷ ଏକକ ଏସ୍ଏଲ୍୩ ବର୍ଗକ୍ୱାର୍ଟର ଫାଇନାଲରେ ପାରାଅଲିମ୍ପିକ୍ଓ ଏସୀୟ ବିଜେତା ପ୍ରମୋଦ ୨୧-୧୪, ୨୧-୮ରେ ଚୀନର ଜିଓଙ୍ଗଲିଚୁଆନ୍ଙ୍କୁ ପରାସ୍ତ କରିଥିଲା ।ସେମିଫାଇନାଲରେ ସେ ଥାଇଲାଣ୍ଡରମୋଙ୍ଗଖୋନ ବୁନସୁନଙ୍କୁ ଭେଟିବେ ।ପୁରୁଷ ଯୁଗଳ ଏସ୍ଏଲ୍୩-ଏସ୍ଏଲ୍୪ର କ୍ୱାର୍ଟର ଫାଇନାଲରେବିଶ୍ୱର ଏକ ନମ୍ବର ଯୋଡ଼ି ପ୍ରମୋଦଓ ସୁକାନ୍ତ କଦମ ୨୧-୧୦, ୧୯-୨୧, ୨୧-୧୨ରେ ଥାଇଲାଣ୍ଡରତିମାରୋମ ସିରିପୋଙ୍ଗ ଓ ସାଙ୍ଗନିଲସିଂଘାକୁ ହରାଇ ସେମିରେପହଞ୍ଚିଥିଲେ । ଅନ୍ୟ ଓଡ଼ିଶାଖେଳାଳିଙ୍କ ମଧ୍ୟରେ ଧାବିକା ଜୟନ୍ତୀବେହେରା, ହୁଇଲ୍ଚେୟାର୍
ଅସି·ଳକ ରାଖାଲ କୁମାର ସେଠୀଓ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟପ୍ରଥମ ଦିନରେ ସଫଳତା ପାଇପାରିନଥିଲେ । ଟି୪୭ ୨୦୦ମିଟରକୁ ଜୟନ୍ତୀ ୨୭.୫୮ସେକେଣ୍ଡରେ ଅତିକ୍ରମ କରି ସପ୍ତମସ୍ଥାନରେ ରହି ପଦକରୁ ବଞ୍ଚିତହୋଇଥିଲେ । ଏବେ ସେ ୧୦୦ ଓ୪୦୦ ମିଟର ଦେଡ଼ରେ ପଦକଜିତିବାର ଆଶା ରଖିଛନ୍ତି । ରାଖାଲ୍ସାବରେ ବର୍ଗ-ଏ’ର ସମସ୍ତ ପୁଲ୍ମ୍ୟାଚ୍ ହାରି ବିଦାୟ ନେଇଥିଲେ ।ତେବେ ପ୍ରଫୁଲ୍ଲ ସାବରେ ବର୍ଗ-ବି’ରପ୍ରିକ୍ୱାର୍ଟର ଫାଇନାଲରେ ପହଞ୍ଚିଥିଲେମଧ୍ୟ ୨-୧୫ରେ ଥାଇଲାଣ୍ଡରତୋଙ୍ଗଜାପୋ ପିପାତଙ୍କଠୁ ହାରିଯାଇଥିଲେ । ସେହିପରି ପାରାଅଲିମ୍ପିକ୍ବିଜେତା ସୁମିତ ଅନ୍ତିଲ ବୁଧବାରଏସୀୟ ପାରା କ୍ରୀଡ଼ାର ଜାଭଲିନ୍ଏଫ୍୬୪ ଇଭେଣ୍ଟରେ ବିଶ୍ୱକୀର୍ତ୍ତିମାନ ସହ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିଛନ୍ତି । ସେ ୭୩.୨୯ମିଟର ଜାଭଲିନ୍ ଫିଙ୍ଗି ନିଜ ନାମରେଥିବା ପୂର୍ବ ବିଶ୍ୱ କୀର୍ତ୍ତିମାନ୭୦.୮୩କୁ ଟପିଥିଲେ । ଏହିକୀର୍ତ୍ତିମାନ ପ୍ୟାରିସରେ ଚଳିତ ବର୍ଷଆୟୋଜିତ ବିଶ୍ୱ ପାରା ଦେଡ଼କୁଦପ୍ରତିଯୋଗିତାରେ ହାସଲ କରିଥିଲେ ।ଆଉ ଜଣେ ଭାରତୀୟ ପୁଷ୍ପେନ୍ଦ୍ର ସିଂହ(୬୨.୦୬) ତୃତୀୟ ସ୍ଥାନରେ ରହିକାଂସ୍ୟ ପାଇଛନ୍ତି । ଏଫ୍୪୬ଜାଭଲିନରେ ମଧ୍ୟ ଭାରତୀୟ ତାରକାସୁନ୍ଦର ସିଂହ ଗୁରଜାର ନୂଆ ବିଶ୍ୱକୀର୍ତ୍ତିମାନ ସହ ସ୍ୱର୍ଣ୍ଣ ହାତେଇଛନ୍ତି ।ସେ ୬୮.୬୦ ମିଟର ଜାଭଲିନ୍ ଫିଙ୍ଗିଶ୍ରୀଲଙ୍କାର ଦିଦେଶମୁଦିୟାନସେଲାଗେ ହେରାଥ(୬୭.୭୯ ମିଟର)ଙ୍କ ନାମରେ ଥିବାକୀର୍ତ୍ତିମାନ ଭାଙ୍ଗିଥିଲେ । ଏହିଇଭେଣ୍ଟରେ ସୁନ୍ଦରଙ୍କ ପଛକୁ ରିଙ୍କୁ(୬୭.୦୮) ଓ ଅଜିତ ସିଂହ(୬୩.୫୨) ଯଥାକ୍ରମେ ରୌପ୍ୟ ଓକାଂସ୍ୟ ଜିତି ଭାରତ ପାଇଁପଦକମୂଳପୋଛ ସଫଳତା ଆଣିଛନ୍ତି ।ଅଙ୍କୁର ଧାମା ପ୍ରଥମ ଭାରତୀୟଭାବେ ଏସୀୟ ପାରା କ୍ରୀଡ଼ାରଗୋଟିଏ ସଂସ୍କରଣରେ ଦୁଇଟି ସ୍ୱର୍ଣ୍ଣଜିତିବାରେ ଗୌରବ ପାଇଛନ୍ତି । ସେପୁରୁଷ ଟି୧୧ ୧୫୦୦ ମିଟରଦେଡ଼ ଓ ୫୦୦୦ ମିଟର ରେସରେଏହି ପଦକ ଜିତିଥିଲେ । ମହିଳାଟି୧୧ ୧୫୦୦ ମିଟରରେଭାରତକୁ ୧-୨ ସଫଳତାମିଳିଥିଲା । ରକ୍ଷିତା ରାଜୁ(୫:୨୧.୪୫) ସ୍ୱର୍ଣ୍ଣ ଏବଂ କିଲାକାଲଳିତା (୫:୪୮.୮୫) ରୌପ୍ୟଜିତିଛନ୍ତି । ହାନି (୫୫.୯୭ମିଟର) ଓ ନିମିଶା ସୁରେଶଚକୁଙ୍ଗଲପାରାମ୍ବିଲ (୫.୧୫ମିଟର) ଯଥାକ୍ରମେ ପୁରୁଷଏଫ୍୩୭/୩୮ ଓ ମହିଳା ଟି୪୭ଲଙ୍ଗ ଜମ୍ପରେ ସ୍ୱର୍ଣ୍ଣ କରାୟତ୍ତକରିଥିଲେ । କିଟ୍ ଛାତ୍ର ପ୍ରବୀଣକୁମାର ଟି୪୬ ଉଚ୍ଚ ଡିଆଁରେଏସୀୟ ପାରା କ୍ରୀଡ଼ା କୀର୍ତ୍ତିମାନ ସହସ୍ୱର୍ଣ୍ଣ ପଦକ ପାଇଛନ୍ତି ।ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟରଏହି ସୋସିଓଲୋଜି ଛାତ୍ର ୨.୦୨ମିଟର ଡେଇଁ ପ୍ରଥମ ସ୍ଥାନ ଅଧିକାରକରିଥିଲେ । ତାଙ୍କର ଏହି ସଫଳତାଲାଗି କିଟ୍ ଓ କିସର ପ୍ରତିଷ୍ଠାତାଅଚ୍ୟୁତ ସାମନ୍ତ ଅଭିନନ୍ଦନଜଣାଇଛନ୍ତି । ଏଥିସହ ବୁଧବାରସୁଦ୍ଧା ଭାରତର ପଦକ ସଂଖ୍ୟା ୬୪(୧୫ ସ୍ୱର୍ଣ୍ଣ, ୨୦ ରୌପ୍ୟ, ୨୯କାଂସ୍ୟ)ରେ ପହଞ୍ଚିଛି ।

Leave A Reply

Your email address will not be published.