ପାରଳାଖେମୁଣ୍ଡି, ୦୩ା୦୧ : ଗଜପତି ଜିଲ୍ଲାରେ ଆଜି ଠାରୁ ୧୫ରୁ୧୮ ବର୍ଷର କିଶୋରମାନଙ୍କ ଟୀକାକରଣ ଆଜି ଠାରୁ ଆରମ୍ଭ ହୋଇଛି । ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦିପ କୁମାର ପାତ୍ର ଜଣାଇଛନ୍ତି,ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଠାରେ କିଶୋରଙ୍କ ଟୀକାକରଣ ପାଇଁ ୨ଗୋଟି ଟୀକା ଗ୍ରହଣ କେନ୍ଦ୍ର ଯଥା,ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଶର ଏବଂ ପାରଳାଖେମୁଣ୍ଡି ଟାଉନହଲରେ ଆଜି ସକାଳ ୮ଟା ଠାରୁ କିଶୋରଙ୍କୁ ଟୀକା ପ୍ରଦାନ ଆରମ୍ଭ ହୋଇଛି । ସେହିପରି ଗଜପତି ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଯଥା, ମୋହନା, ଆର.ଉଦୟଗିରି, ନୁଆଗଡ, ରାୟଗଡା, ଗୋଷାଣୀ, ଗୁମ୍ମା, କାଶୀନଗର ବ୍ଲକ ମହକୁମାରେ ଥିବା ୭ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ କିଶୋରଙ୍କୁ ଟୀକା ପ୍ରଦାନ ଆରମ୍ଭ ହୋଇଛି । ଆସନ୍ତାକାଲି ଠାରୁ କିଶୋରଙ୍କ ଟୀକା କରଣ ପାଇଁ ଆହୁରୀ ଅଧିକ କେନ୍ଦ୍ର ଖୋଲାଯିବା ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ଦିନ କିଶୋରମାନଙ୍କୁ ସକାଳ ୮ଘଣ୍ଟା ଠାରୁ ୧ଘଣ୍ଟା ପର୍ଯ୍ୟନ୍ତ ଟୀକା ପ୍ରଦାନ କରାଯିବ । ଟୀକା ନେବା ପାଇଁ ପ୍ରତ୍ୟେକେ ଅନ ଲାଇନ୍ ଦ୍ୱାରା ପୂର୍ବରୁ ପଞ୍ଜିକରଣ କରିପାରିବେ । ଯେଉଁମାନେ ଅନ ଲାଇନ୍ ଦ୍ୱାରା ପଞ୍ଜିକରଣ କରିନାହାଁନ୍ତି ସେମାନେ ଟୀକାକରଣ କେନ୍ଦ୍ରରେ ପହଞ୍ଚି ପଞ୍ଜିକରଣ କରି ଏହି ଟୀକା ନେଇପାରିବେ । ଏହି କିଶୋରଙ୍କ ଟୀକାକରଣ କାର୍ଯ୍ୟକ୍ରମ ଜିଲ୍ଲା ପରିବାର ନିୟନ୍ତ୍ରଣ ଏଡିପିଏଚଓ ଡା.ମହେନ୍ଦ୍ର କୁମାର ଭୁୟାଁ,ଆରସିଏଚ ଡେପିଟି ମ୍ୟାନେଜର ସୁଶାନ୍ତ ନାୟକ,ଡିଭିଏଲଏମ ଦୀପକ କୁମାର ପାଣିଗ୍ରାହି,ଆଇସିଏ ସୁରେଶ କୁମାର ଜେନା ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ଆରମ୍ଭ ହୋଇଛି ।
Sign in
Sign in
Recover your password.
A password will be e-mailed to you.