ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ପାନୀୟଜଳ ଘୋର ସଙ୍କଟ ଦେଖାଯାଉଛି। ବିଗତ କିଛି ବର୍ଷ ହେବ ଗ୍ରୀଷ୍ମ ପୂର୍ଵ ରୁ ବ୍ଲକ ର ଭିନ୍ନ ପଞ୍ଚାୟତ ତଥା ଅପହଞ୍ଚ ଉପାନ୍ତ ଅଞ୍ଚଳରେ ଲୋକେ ପିଇବା ପାଣି ପାଇଁ ନାହିଁଥିବା ସମସ୍ୟା ର ଶମ୍ବୁଖୀନ ହୋଉଥିବା ର ଅବିକଳ ଚିତ୍ର ଯେମିତି କି ମହିଳା ପୁରୁଷ, ପିଲାଛୁଆ ସମେତ ହାଣ୍ଡି, ବାଲ୍ଟି ନେଇଁ ରାସ୍ତା ଅବରୋଧ କରିବା ହେଉ ବା ବ୍ଲକ ପ୍ରଶାସନ ଦ୍ୱାରରେ ଏମିତି ପାଣି ପାଇଁ ବିକ୍ଷୋଭ ପ୍ରଦର୍ଶନ କରିବାର ସବୁବେଳେ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ହୋଇଛି। କିନ୍ତୁ ବିଗତ ସରକାରଙ୍କ ଠାରୁ ବର୍ତ୍ତମାନ ର ସରକାର କାଶୀପୁର ଜନସାଧାରଣଙ୍କ ପାନୀୟ ଜଳ ସମସ୍ୟା ଉପରେ କଦାପି କର୍ଣ୍ଣପାତ କରୁ ନାହାନ୍ତି। ଗତ ତା ୨୮/୪/୨୫ରିଖ ଦିନ କାଶୀପୁର ବ୍ଲକ ର ଉପାନ୍ତ ଓ ଅପହଞ୍ଚ ଅଞ୍ଚଳ ଡ଼ଙ୍ଗାସିଲ ଓ କୋଡିପାରୀ ଉଭୟ ପଞ୍ଚାୟତ ର ଲୋକେ ସଂସଦ ଓ ରାୟଗଡା ବିଧାୟକ ଙ୍କୁ ପାଣି ସମସ୍ୟା କୁ ନେଇଁ ଜଣାଇଥିଲେ। କରାପୁଟ ସଂସଦ ସପ୍ତଗିରି ଶଙ୍କର ଉଲାକା ଓ ରାୟଗଡା ବିଧାୟକ ଆପାଲ ସ୍ୱାମୀ କାଡ୍ରାକା ଙ୍କ ନିର୍ଦେଶ କ୍ରମେ ଉଭୟ ପଞ୍ଚାୟତ ର ପାଣି ସମସ୍ୟାରେ ପରିଦର୍ଶନ ଓ ଏହାର ଆସୁ ସମାଧାନ ପାଇଁ ବ୍ଲକ ସଂସଦ ପ୍ରତିନିଧି ସାନ୍ଧୁଚରଣ ମାଝୀ, ବିଧାୟକ ପ୍ରାର୍ଥୀ ଜିଝରୁ ମାଝୀଙ୍କ ନେତୃତ୍ୱ ରେ ଜି.ଆର.ପି.ଏସ ସମ୍ପାଦକ ପୁରୋନ୍ଦର ସିଂ, କୁନାପାଡ଼ି, ସୁନାସିଂ ମାଝୀ, ସତ୍ୟନାରାୟଣ ଝୋଡ଼ିଆ, ରମେଶ ନାଏକଙ୍କ, ମାନବ ଅଧିକାର ଜିଲ୍ଲା ସମ୍ପାଦକ ସଦନ ମାଝୀ ସମେତ ବ୍ଲକ କଂଗ୍ରେସ ଦଳୀୟ କାର୍ଯ୍ୟକାରୀ ମାନେ ଉଭୟ ପଞ୍ଚାୟତ ର ରତାଚୁଆଁ,ନାରୀଙ୍ଗ ଯୋଡି, କୋଡିପାରୀ, କୋଡ଼କିତୁଣ୍ଡା ଓ ଡ଼ଙ୍ଗାସିଲ ଜିପି ପୋଣ୍ଡକାପଦର ଭଳି ଗ୍ରାମକୁ ଯାଇ ପାନୀୟଜଳ ସଙ୍କଟ ର ସମସ୍ୟା କୁ ଅନୁଧ୍ୟାନ କରିଥିଲେ। ଅଞ୍ଚଳର ଲୋକେ ପାନୀୟ ଜଳ ସମସ୍ୟା କୁ ନେଇଁ ଲିଖିତ ଦରଖାସ୍ତ ମଧ୍ୟ ପ୍ରଦାନ କରିଥିଲେ। ବିସ୍ମୟ ର ବିଷୟ ହେଲା ଅଞ୍ଚଳ ରେ ଏକ ଦଶନ୍ଧି ଭିତରେ ବିଭିନ୍ନ ଗ୍ରାମରେ ସରକାରୀ ଟଙ୍କାରେ ସହ ସହ ବୋର ୱେଲ ଖଳା ଯାଇଛି ହେଲେ ପ୍ରାୟ ୫୦ % ବୋର ୱେଲ ଅଚଳ ଅବସ୍ଥାରେ ଏବଂ ୨୦ % କେବଳ ଖୋଳି ହିଁ ଦିଆଯାଇଛି ଓ ଯାହା ୩୦ ଭାଗରେ ଲୋକେ ନିର୍ଭର କରିଛନ୍ତି ଯେଉଁଥିରେ ସୁଦ୍ଧ ପାଣି ଆସୁନାହିଁ ଏହି ଭଳି ପରିସ୍ଥିତି ରେ ଲୋକେ ଦୂରଦୂରାନ୍ତ ରୁ ନଦୀ ନାଳ, ଗାଡ଼ିଆ ନର୍ଦମା ର ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ପୂଣି ଏକ ସରକାରଙ୍କ ଅବାଟ ଯୋଜନା ଯାହା ସୋଲାରବେଶ ଓଭର ଟ୍ୟାଙ୍କ, ଉଠା ଜଳ ଦ୍ଵାରା ଗ୍ରାମାଞ୍ଚଳ ରେ ପାନୀୟ ଜଳ ର ସୁବିଧା କରିବାକୁ ରାଜ୍ୟ ସରକାର ସହ ସହ କୋଟି ଅର୍ଥ ନାମକୁ ମାତ୍ର କର୍ଚ୍ଚ କରିଛି କିନ୍ତୁ ଏହି ସୋଲାରବେଶ ଓଭର ଟ୍ୟାଙ୍କ ଉଠା ଜଳ ଯୋଜନା ଯୋଗେ ଲୋକେ ଉପକୃତ ହୋଇନଥିବା ଏକ ଦୁଃଖର ବିଷୟ ଓ ଏହି ଯୋଜନା ସମ୍ପୂର୍ଣ ବିଫଳତା କାରଣ କୌଣସି ଗୋଟିଏ ଟାଙ୍କି ରେ ମଧ୍ୟ ପାଣି ଆସୁ ନ ଥିବା ଗ୍ରାମାଞ୍ଚଳ ରୁ ଏକ ସର୍ଭେ ରିପୋର୍ଟ ରୁ ଜଣାପଡିଛି ବୋଲି ଦଳ ପକ୍ଷରୁ ନିନ୍ଦା କରାଯାଇଛି। ଏହାର ମୁଖ୍ୟ କାରଣ ହେଲା ମେଗା ଜଳ ପ୍ରକଳ୍ପ ! ସହ ସହ କୋଟି ଟଙ୍କାର ମେଗା ଜଳ ପ୍ରକଳ୍ପ ର ଅନୁମୋଦନ ହୋଇ ପ୍ରୟ ପାଞ୍ଚ ବର୍ଷ ଫୁର୍ତ୍ତି ହେଲାଣି କିନ୍ତୁ ପ୍ରକଳ୍ପ,ଠିକାଦାର ମାନେ ବିଭିନ୍ନ ଆଳଦେଖାଇ କାର୍ଯ୍ୟକୁ ଧୀରୋମନ୍ଥର ଗତିରେ ଗଡ଼ାଇ ଚାଲିଛନ୍ତି। ଯେମିତି ଠିକାଦାର ବାବୁଙ୍କ ଉପରେ ଆଉ କୌଣସି ଅଙ୍କୁଶ ନାହିଁ। କେବେ ଶେଷ ହେବ ପ୍ରକଳ୍ପ କାର୍ଯ୍ୟ ଓ କେବେ ଲୋକେ ପିଇବା ପାଇଁ ପାଣି ଟୋପେ ପାଇବେ ବୋଲି ବ୍ଲକ କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି। ଅଞ୍ଚଳରେ ଦେଖାଦେଉଥିବା ସମସ୍ୟାକୁ ନେଇଁ କଂଗ୍ରେସ ଦଳ ସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ ଯଥାଶୀଘ୍ର ଦୃଷ୍ଟି ଆକର୍ଷଣ କରିବ ଓ ଯଥାସମ୍ଭବ ପାନୀୟ ଜଳର ସଙ୍କଟ ର ସମାଧାନ କରିବ ବୋଲି ଅଞ୍ଚଳରେ ପ୍ରତିଶୃତି ଦିଆଯାଇଥିବା ଜଣା ପଡିଛି।
Sign in
Sign in
Recover your password.
A password will be e-mailed to you.