ଜାତୀୟ କ୍ରୀଡ଼ା: ପ୍ରଣତିଙ୍କୁ ଚତୁର୍ଥ ସ୍ୱଣ୍ଣ

156

ଭୁବନେଶ୍ୱର/କଟକ, ୨୯ା୧୦ (ଡିକେ ନୁ୍ୟଜ୍):ଚଳିତ ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶାଶନିବାର ଗୋଟିଏ ସ୍ୱର୍ଣ୍ଣ ସହ ୬ ପଦକ ପାଇଛି ।
ଏହାମଧ୍ୟରେ ସ୍ୱର୍ଣ୍ଣ ବ୍ୟତୀତ ୪ ରୌପ୍ୟ ଓ ୧କାଂସ୍ୟ ପଦକ ସାମିଲ ଅଛି । ଫଳରେ ଓଡ଼ିଶାରମୋଟ ପଦକ ସଂଖ୍ୟା ୧୫ରେ ପହଞ୍ଚିଛି । ଶନିବାର
ମହିଳା ଜିମ୍ନାଷ୍ଟିକ୍ସରେ ପ୍ରଣତି ନାୟକ ଆଉ ଗୋଟିଏସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି । ବିମସରେ ସ୍ୱର୍ଣ୍ଣଓ ଫ୍ଲୋର ଏକ୍ସସରସାଇଜରେ ପ୍ରଣତି ରୌପ୍ୟ
ପାଇଥିଲେ । ସକାଳେ ତପନ ମହାନ୍ତି ପାରାଲାଲବାର୍ସରେ ଗୋଟିଏ ରୌପ୍ୟ ପଦକ ଏବଂ ମହମ୍ମଦଆନସ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଭଲ୍ଟରେ
ରୌପ୍ୟ ପଦକ ପାଇଥିଲେ । ଏହାଫଳରେଜିମ୍ନାଷ୍ଟିକ୍ସରେ ଓଡ଼ିଶାର ଅଭିଯାନ ଶେଷ ହୋଇଛି ।ଜିମ୍ନାଷ୍ଟିକ୍ସରେ ଓଡ଼ିଶା ୪ ଲେଖାଏଁ ସ୍ୱର୍ଣ୍ଣ ଓ ରୌପ୍ୟ
ପଦକ ପାଇଛି । ଓଡ଼ିଶାର ପେନ·କ ସିଲାଟର ପୁରୁଷରେଗୁ ଦଳକୁ ରୌପ୍ୟ ପଦକ ମିଳିଛି । ଅନ୍ୟପକ୍ଷରେବ୍ୟକ୍ତିଗତ ଇଭେଣ୍ଟରେ ଯଶବନ୍ତ ଲୁହାର କାଂସ୍ୟ
ଜିତିଥିଲା ବେଳେ ଅଶ୍ୱିନୀ ରାଓ ଓ ପ୍ଲିଜାଲିନ୍ ତରାଇସେମିଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିପାରିଥିଲେ ।ବିଲିୟାର୍ଡ୍ସରେ ସୁବ୍ରତ ଦାସ କ୍ୱାର୍ଟର ଫାଇନାଲରେ
ପହଞ୍ଚିଛନ୍ତି । ସେହିପରି ଗୋଆରେ ·ଲିଥିବା ଜାତୀୟକ୍ରୀଡାରେ ଶନିବାର ଓଡ଼ିଶା ଫୁଟବଲ ଦଳ ବିଜୟରୁଅଭିଯାନ ଆରମ୍ଭ କରିଛି । ଓଡ଼ିଶା ପ୍ରଥମ ମ୍ୟାଚରେ
ଚଣ୍ଡିଗଡ଼କୁ ୪-୦ ଗୋଲରେ ହରାଇଛି । ଓଡ଼ିଶାପକ୍ଷରୁ ଏସ୍ ଲିଣ୍ଡା କମ ୩ ଗୋଲ୍ ଦେଇଥିଲା ବେଳେମାଳତୀ ମୁଣ୍ଡା ଗୋଟିଏ ଗୋଲ୍ ଦେଇଥିଲେ । ଓଡ଼ିଶାର
ଦଳ ଏହି ବିଜୟ ପାଇଁ ରାଜ୍ୟ ଫୁଟବଲ ସଂଘସଂପାଦକ ଆଶୀର୍ବାଦ ବେହେରା ଅଭିନନ୍ଦନଜଣାଇଛନ୍ତି । ସେହିପରି ବିଚ୍ ସକ୍କରର ପ୍ରଥମ
ମ୍ୟାଚରେ ଓଡ଼ିଶା ଗୋଆଠାରୁ ହାରିଛି । ଗୋଆ ୧୨-୩ ଗୋଲରେ ଓଡ଼ିଶାକୁ ହରାଇଛି । ମ୍ୟାଚରେ ସୁବାସପୂଜାରୀ ୨ଟି ଓ ବବୁଲ ସିଂହ ଗୋଟିଏ ଗୋଲ୍ଦେବାକୁ ସମର୍ଥ ହୋଇଥିଲେ ।

Leave A Reply

Your email address will not be published.