ଟାଟା ଷ୍ଟିଲ୍ ପକ୍ଷରୁ ୨ୟ ତ୍ରୈମାସିକ ଫଳାଫଳ ଘୋଷଣା

133

ଭୁବନେଶ୍ୱର,(ଡିକେ ନୁ୍ୟଜ୍):ଦେଶର ପ୍ରମୁଖ ଘରୋଇ ସଂସ୍ଥା”ଟାଟା ଷ୍ଟିଲ୍’ ପକ୍ଷରୁ ଚଳିତ ଆର୍ଥିକବର୍ଷର ୨ୟ ତ୍ରୈମାସିକ ଫଳାଫଳଘୋଷଣା କରାଯାଇଛି । ବିଶେଷକରି
୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧାଶେଷ ହୋଇଥିବା କମ୍ପାନୀ କାରବାର ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି । ଏପରିକି ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ
ମଧ୍ୟରେ କମ୍ପାନୀର ରାଜସ୍ୱ ୫୫,୬୮୨ କୋଟି ଟଙ୍କା ହୋଇଥିବା ବେଳେ ଭାରତୀୟ ବ୍ୟବସାୟର ମାର୍ଜିନ ୨୦% ଅଧିକ ରହିଛି ଏବଂ ଇବିଆଇଟିଡିଏ
୬,୮୪୧ କୋଟି ଟଙ୍କା ହୋଇଛି । ସେହିଭଳି ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ କମ୍ପାନୀର ରାଜସ୍ୱ୧,୧୫,୧୭୨ କୋଟି ଟଙ୍କା ରହିଛି । ଏ ସମ୍ପର୍କରେ ଟାଟା ଷ୍ଟିଲ୍ର
ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିଦେ୍ର୍ଦଶକ ଟି.ଭି. ନରେନ୍ଦ୍ରନ କହିଛନ୍ତି, ପ୍ରାୟ ୫ ନିୟୁତ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନସହ କମ୍ପାନୀ (ଟାଟା ଷ୍ଟିଲ୍ ଇଣ୍ଡିଆ)
ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ୨ୟ ତ୍ରୈମାସିକରେ ଅସ୍ଥିରତା ଓ ଋତୁଭିତ୍ତିକ ବିଷୟ ସତ୍ତ୍ୱେ ଘରୋଇ ଡେଲିଭରି ବର୍ଷକୁ ବର୍ଷ ଭିତ୍ତିରେ ୬%
ବୃଦ୍ଧି ପାଇଥିଲାବେଳେ ୨ୟ ତ୍ରୈମାସିକରେ ଅଟୋ, ବ୍ରାଣ୍ଡେଡ୍ଉ ତ୍ପାଦ ଓ ରିଟେଲ୍ ବିକ୍ରି ବହୁତ ଭଲ ରହିଛି । ସେହିଭଳି କମ୍ପାନୀର କଳିଙ୍ଗନଗର ସିଆଏରମ୍ କମ୍ପ୍ଲେକ୍ସରେ
ଏଫ୍ଏଚ୍ସିଆରକଏଲ୍ ଉପତ୍ାଦନ ଆରମ୍ଭ କରାଯାଇଥିବା ବେଳେ କମ୍ପାନୀ କୋଲ୍ଡ ରୋଲ୍ଡ ଷ୍ଟିଲ୍ପା ଇଁ ଅଟୋମେଟିଭ୍ ଓଇଏମ୍ଙ୍କ
ଠାରୁ ଅନୁମୋଦନ ମିଳିବା ଆରମ୍ଭ ହୋଇଛି । ଏପରିକି ଆମର ଦୃଢ଼ ବଣ୍ଟନ ନେଟ୍ୱର୍କ ଜରିଆରେ ଗୃହ ନିର୍ମାତାଙ୍କ ରିଟେଲ୍ ବିକ୍ରି ବୃଦ୍ଧି ଜାରି ରହିଛି, ଇ-କମର୍ସ ପ୍ଲାଟ୍ଫର୍ମ
ଟାଟା ଷ୍ଟିଲ୍ ଆସିଆନା ପ୍ରତି ମାସରେ ୧୦,୦୦୦ ସ୍ୱତନ୍ତ୍ର ଗ୍ରାହକଙ୍କକୁ ସେବା ପ୍ରଦାନ କରୁଛି ।

Leave A Reply

Your email address will not be published.