କୋରାପୁଟ : କୋଟିଆ ହାତେଇବା ପାଇଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଅହ ରହ ପରିଶ୍ରମ କରୁଥିବା ବେଳେ ସେଠାକାର ଲୋକଙ୍କୁ ବିଭିନ୍ନ ସମୟରେ ଯୋଜନାର ପ୍ରଲୋଭନ ଦେଖାଇ ନିଜ ରାଜ୍ୟ ରେ ମିଶାଇବାକୁ ପ୍ରୟାସ ଜାରି ରଖିଛି ଆନ୍ଧ୍ର। ଆଜି କୋଟିଆ ଗ୍ରାମପୁଞ୍ଜି ର ସୀମାନ୍ତ ନେରିଡି ବାଲସା,ତାଡିବାଲସା ଓ ଧୂଳିପଦର ଗ୍ରାମର ଶତାଧିକ ଗ୍ରାମବାସୀ ଆନ୍ଧ୍ର ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ରାଜନ ଦୋରାଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ଓ ଆମ୍ଭେ ଆନ୍ଧ୍ର ରେ ହିଁ ରହିବୁ କିନ୍ତୁ ଆମର କୋଟିଆ କୁ ନେଇ ଆନ୍ଧ୍ର ଯେଉଁ ତିନଟି ଗ୍ରାମପଞ୍ଚାୟତ ଗଠନ କରିଛି ଉକ୍ତ ଗ୍ରାମପଞ୍ଚାୟତ ଗୁଡିକ ରେ ଆନ୍ଧ୍ର ପକ୍ଷରୁ ସ୍ୱତନ୍ତ୍ର ଯୋଜନା ଦିଆଯାଉ।ଓ ଆମ୍ଭେ ଆନ୍ଧ୍ର ରେ ହିଁ ରହିବୁ ବୋଲି କହିଥିଲେ।ଏହାସୁଣି ରାଜନ ଦୋରା ଏକ ପ୍ରେସ ବିବୃତି ରେ କହିଛନ୍ତି ଯେ ବର୍ତ୍ତମାନ ସରକାର ବଦଳିଲେ।ଉଭୟ ଆନ୍ଧ୍ର ଓ ଓଡ଼ିଶାର ରେ କେନ୍ଦ୍ର ରେ ଗୋଟିଏ ସରକାର ଆମ ସରକାର ଥିବା ସମୟରେ ଆମ ମୁଖ୍ୟମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ସହିତ ଆଲୋଚନା କରିଥିଲେ କିନ୍ତୁ ଏହାରି ଭିତରେ ସରକାର ବଦଳିଲେ।ତେଣୁ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଓ ମୁଖ୍ୟମନ୍ତ୍ରୀ ଙ୍କୁ ମୁଁ ନିବେଦନ କରୁଛି ଯଥାଶୀଘ୍ର ଏହି ବିବାଦରେ ହସ୍ତକ୍ଷେପ କରି ସୀମାନ୍ତ ବାସୀଙ୍କୁ ନୀୟ ପ୍ରଦାନ କରନ୍ତୁ।ଆଦିବାସୀ ଙ୍କୁ ସୁରକ୍ଷା ଦିଅନ୍ତୁ।ମାମଲା ସୁପ୍ରିମକୋର୍ଟ ରେ ରହିଛି ଜାଫଳରେକି ଉଭୟ ସରକାରଙ୍କ ସମାନ ଅଧିକାର ରହିଛି କିନ୍ତୁ ଓଡ଼ିଶା ସରକାର ଆନ୍ଧ୍ର ଅଧିକାରୀ ଙ୍କୁ ଅନୁପ୍ରେବେଶ କରିବା ପାଇଁ ଦେଉନାହାନ୍ତି କି କୌଣସି ଆନ୍ଧ୍ର ଯୋଜନା କରାଇ ଦେଉନାହାନ୍ତି।ତେଣୁ ବର୍ତ୍ତମାନ ର ସରକାର ଏଥିପ୍ରତି ନହାତି ଦୃଷ୍ଟି ଦେଇ ସୀମାନ୍ତ ବାସୀଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ଓ ମୁଁ ମଧ୍ୟ ଏନେ ସରକାର ଙ୍କ ପାଖରେ ପହଞ୍ଚିବି ବୋଲି କହିଥିଲେ

Sign in
Sign in
Recover your password.
A password will be e-mailed to you.
Next Post