ତେଲ ଦର ଉପରେ ରେକ୍ ଲଗାଇବେ କେନ୍ଦ୍ର ସରକାର

571
ତେଲ ଦର ଉପରେ ରେକ୍ ଲଗାଇବେ କେନ୍ଦ୍ର ସରକାର

ଡୁମାଣୀ ଟିଭି,୧୯/୩ : ଗତ କିଛି ସପ୍ତାହରୁ ରିଫାଇଣ୍ଡ ଅଏଲର ଦର ବଢ଼ିବାରେ ଲାଗିଛି। ଏମିତିକି ପ୍ରତିଲିଟର ପିଛା ୨୫ ଟଙ୍କା ବଢ଼ିଥିବା ବେଳେ ବାଦାମ ତେଲ ଦର ୨୦ ରୁ ୩୦ ଟଙ୍କା ପ୍ରତି କିଲୋ ଦରରେ ବଢ଼ିବାକୁ ଲାଗିଛି। କୁହାଯାଉଛି ଯେ ଆଗକୁ ମଧ୍ୟ ଏହାର ଦର ଆହୁରି ବଢ଼ିପାରେ। ଲଗାତାର ଭାବେ ଖାଇବା ତେଲ ଦର ବଢ଼ିବା ହେତୁ ଏବେ ସମସ୍ତଙ୍କର ଚିନ୍ତା ବଢ଼ିଗଲାଣି। ଏମିତିରେ ଲୋକେ ଖାଇବେ କଣ ଆଉ ବଞ୍ଚିବେ କେମିତି ?
ଲୋକମାନଙ୍କ ସୁବିଧା ପାଇଁ ସବୁ ପ୍ରକାର ନିଷ୍ପତ୍ତି ନିଆଯାଉଥିଲେ ମଧ୍ୟ ମୌଳିକ ଆବଶ୍ୟକତାକୁ ଦେଖିଲେ କିଛି ବି କମ୍ପ୍ରମାଇସ୍ କରିହୋଇନଥାଏ। କାରଣ ବଞ୍ଚିବା ପାଇଁ ଖାଦ୍ୟର ଆବଶ୍ୟକତା ରହିଛି। ଆଉ ଏଥିରେ ତେଲ ଦରର ମାଡ ଲୋକମାନଙ୍କ ପକେଟରୁ ମାଡ ପକାଉଛି। ସାଧାରଣ ଜନତା ଏବେ କରିବେ କଣ ବୋଲି ଅନେକ ପ୍ରଶ୍ନ ମଧ୍ୟ ଉଠୁଛି।
ଋଷ ଓ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧ ମଧ୍ୟ ଏହା ପଛର ଏକ ବଡ଼ କାରଣ। ତେବେ ବି କେହି କିଛି କରିପାରିବେ ନାହିଁ। ପ୍ରଭାବ ପଡ଼ିବା କଥା ତାହା ପଡ଼ିବ। ଆଉ ଲୋକମାନେ ଏଥିରେ ପ୍ରଭାବିତ ମଧ୍ୟ ହେବେ । ଏମିତି ବି କୁହାଯାଉଛି ଯେ ଆଗକୁ ମଧ୍ୟ ତେଲ ଦର ବଢ଼ିପାରେ।
ହୋଲି ପୂର୍ବରୁ ଖାଇବା ତେଲ ଦର ଏପରି ଭାବେ ବଢ଼ୁଛି ଲୋକ କିଣିବାକୁ ଡ଼ରୁଛନ୍ତି। ରୋଷେଇ ବଜେଟକୁ ଯେମିତି ଦୋହଲାଇ ଦେଇଛି ଏହି ସମସ୍ୟା। ତେବେ ଏହିସମସ୍ୟା ଦେଖି କେନ୍ଦ୍ର ସରକାର ଏବେ ନୂଆ ନିଷ୍ପତ୍ତି ନେବାକୁ ଯାଉଛନ୍ତି। କେନ୍ଦ୍ର ସରକାର ତେଲ ଦରକୁ କମାଇବା ପାଇଁ ରାଜ୍ୟମାନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଏହାସହ ତେଲ ଉତ୍ପାଦନ କରୁଥିବା କମ୍ପାନୀ ସହ ବି ଏହାସମ୍ପର୍କରେ କଥା ହୋଇଥିବାର ଶୁଣିବାକୁ ମିଳି ଛି।
ଋଷ-ୟୁକ୍ରେନ ଯୁଦ୍ଧରେ ସନଫ୍ଲାଓାର ଅଏଲ, ପାମୋଲିନ ଅଏଲ ଏବଂ ସୋୟାବିନ ଅଏଲରେ ଦର ବୃଦ୍ଧି ଘଟିଛି। ୟୁକ୍ରେନ ସମେତ ଇଣ୍ଡୋନେସିଆ ଏବଂ ଦକ୍ଷିଣ ଆମେରିକାରେ ଫସଲ ନଷ୍ଟ ଚିନ୍ତାର କାରଣ ହୋଇଛି। ତେବେ ତେଲ ଦର ମାସକ ମଧ୍ୟରେ ୧୨୫ ଟଙ୍କାରୁ ବଢ଼ି ୧୭୦ –୧୮୦ ହୋଇଯାଇଛି। ଆଗାମୀ ମେ ଓ ଜୁନ ମାସରେ ଏହାର ଦର ଆହୁରି ବଢ଼ିବାର ଆଶଙ୍କା ରହିଛି। ଯାହାର ମାତ୍ରା ଅଧିକ ହୋଇପାରେ।

Leave A Reply

Your email address will not be published.