କଟକ ୧୦।୦୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ଥଗିତ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା। ଭାରତୀୟ ବିକାଶ ପରିଷଦ ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଖବର ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ଦୃତ ଗତିରେ କରୋନା ସଂକ୍ରମଣ ବଢୁଥିବା ବେଳେ ଓବିସି ବର୍ଗଙ୍କୁ ସଂରକ୍ଷଣ ତାଲିକାରୁ ବାଦ ଦିଆଯାଇଛି। କରୋନା ସ୍ଥିତି ସୁଧୁରିବା ଭିତରେ ପୁନଃ ବିଚାର କରି ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ କୋର୍ଟରେ ପ୍ରାର୍ଥନା କରାଯାଇଛି। ଏଥିରେ ରାଜ୍ୟ ନିର୍ବାଚନ କମିଶନ, ପ୍ରମୁଖ ଶାସନ ସଚିବ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ପ୍ରମୁଖ ଶାସନ ସଚିବ ଗୃହ ଓ ସହରାଞ୍ଚଳ ଉନୟନ ବିଭାଗକୁ ପକ୍ଷଭୁକ୍ତ କରାଯାଇଛିI
Sign in
Sign in
Recover your password.
A password will be e-mailed to you.