ଦୁର୍ଗାପୂଜା ଓ ଛତର ଯାତ୍ରା ପାଇଁ ଚଳଚଞ୍ଚଳ ଭବାନୀପାଟଣା ସହର

157

ଭବାନୀପାଟଣା, ୩ ଅକ୍ଟୋବର – ଦୁର୍ଗାପୂଜା ଓ ଛତର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଭବାନୀପାଟଣା ସହର। ସହରରେ ଆଜି ଦେଖିବାକୁ ମିଳିଛି ଭକ୍ତଙ୍କ ଭିଡ଼। ବିଭିନ୍ନ ମଣ୍ଡପରେ ମୃଣ୍ମୟୀ ଦେବୀଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। କରୁଣାମୟୀ ଦୁର୍ଗା ଦେବୀଙ୍କୁ ଶାନ୍ତି ଶୃଖଳାର ସହିତ ଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ। ନକଟିଗୁଡା ପୂଜାମଣ୍ଡପଟି ବେଶ ଆକର୍ଷଣୀୟ ହୋଇଛି। ଏ ବର୍ଷ ମେଢ଼ଟି ରାଷ୍ଟ୍ରପତି ଭବନ ସଦୃଶ ନିର୍ମାଣ କରାଯାଇଛି। ରଙ୍ଗୀନ ଆଲୋକ ତୋରଣ ରେ ମଣ୍ଡପ ଝଲସି ଉଠିଛି। ବର୍ଷା ସତ୍ବେ ବିଳମ୍ବିତ ରାତି ଯାଏ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଛି। ସହରର ପ୍ରତି ଛକ ମାନଙ୍କରେ ପୋଲିସ ପ୍ରଶାସନ ତରଫରୁ ଟ୍ରାଫିକ ସମସ୍ୟାକୁ ସୁଚାରୁ ଭାବେ ନିୟନ୍ତ୍ରଣ କରାଯାଇଥିଲା। ସହରର ଏଗାରଟି ସ୍ଥାନର ପୂଜା ମଣ୍ଡପରେ ଦୁଲଦୁଲି ବାଜ଼ା, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଉଛି। ଆଜି ସକାଳୁ ମା ମାଣିକେଶ୍ବରୀଙ୍କ ଛତର ଯାତ୍ରାର ଶୁଭାରମ୍ଭ ହୋଇଛି।

Leave A Reply

Your email address will not be published.