ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଶର୍ମିଷ୍ଠା-ଝୁନାଙ୍କୁ ମୁହାଁମୁହିଁ ଜେରା

220

ଡୁମାଣୀ ଟିଭି,୫/୪ : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ତଥ୍ୟ ଯୋଗାଡ଼ କରୁଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ଓ ଝୁନାଙ୍କୁ ଦ୍ୱିତୀୟ ପର‌୍ୟ୍ୟାୟରେ ରିମାଣ୍ଡରେ ନେଇ ମାରାଥନ୍ ଜେରା ଚାଲିଛି । ହତ୍ୟାର କାରଣ ଓ ମେମୋରୀ ଚିପ୍ ରହସ୍ୟ ଭେଦିବାକୁ ଦୁହିଁଙ୍କୁ ଗତକାଲି ମୁହାଁମୁହିଁ ବସାଇ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଥିଲେ ତଦନ୍ତକାରୀ ଅଫିସର ।କ୍ରାଇମବ୍ରାଞ୍ଚ ଟିମ୍ ମାନସଙ୍କ ଗାଁ ନୟାଗଡ଼ ଜିଲ୍ଲା ରଣପୁରର ଗୋଡ଼ିପୋଖରୀରେ ପହଞ୍ଚି ତନାଘନା କରିଛି। ମେମୋରୀ ଚିପ୍ ନେଇ ଖୋଳତାଡ ସହ ମାନସଙ୍କ ପୋଡ଼ା ଚପଲ, ଇଅର ଫୋନ୍ର ଯାଞ୍ଚ ଓ ପରିବାର ଲୋକଙ୍କୁ ପଚରାଉଚରା କରିଛି ତଦନ୍ତକାରୀ ଟିମ୍ । ମାନସ ସ୍ୱାଇଁଙ୍କୁ ଅପହରଣ ପରେ ହତ୍ୟା କରିଥିବା ମାନିଛନ୍ତି ଅଭିଯୁକ୍ତ ।
କିନ୍ତୁ ଏଯାଏ ଜଣାପଡିନି ହତ୍ୟାର କାରଣ । ଏ ବାବଦରେ ନା ଶର୍ମିଷ୍ଠା କିଛି କହିଛନ୍ତି ନା ନିରଞ୍ଜନ । ମେମୋରୀ କାର୍ଡ ମିଳିଲେ କ୍ୟାମେରାମ୍ୟାନ୍ ମର୍ଡର ମିଷ୍ଟ୍ରି ଉପରୁ ଅନେକ ତଥ୍ୟ ବାହାରିଯିବ । ଆବଶ୍ୟକ ପଡ଼ିଲେ ଶର୍ମିଷ୍ଠାଙ୍କ ମିଛଧରା ପରୀକ୍ଷା କରିପାରେ କ୍ରାଇମବ୍ରାଞ୍ଚ।

Leave A Reply

Your email address will not be published.