ନେସ୍କୋ ପାୱାର ଏମ୍ପ୍ଲଇଜ ୟୁନିୟନର ବୈଠକ ବିଭିନ୍ନ ସମାସ୍ୟାର ସମାଧାନ ଦିଗରେ ଆଲୋଚନା

163

କେନ୍ଦୁଝର, : କେନ୍ଦୁଝର ଜିଲ୍ଲାର ଯୋଡ଼ା ଇଲେକ୍ଟ୍ରିକାଲ ଡିଭିଜନ ଅନ୍ତର୍ଗତ ପଳାଶପଙ୍ଗା ଠାରେ ନେସ୍କୋ ପାୱାର ଏମ୍ପ୍ଲଇଜ ୟୁନିୟନର ଏକ ବୈଠକ ପଳାଶପଙ୍ଗା କଲ୍ୟାଣ ମଣ୍ଡପ ଠାରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୟୁନିୟନର ସଭାପତି ଆର୍ତ୍ତବନ୍ଧୁ ବିଶ୍ୱାଳ ଯୋଗଦେଇ ପାୱାର ଏମ୍ପ୍ଲଇ ୟୁନିୟନର ଏକତା, କର୍ମଚାରୀ ମାନଙ୍କର ବିଭିନ୍ନ ସମାସ୍ୟା, ସମସ୍ୟା ଗୁଡିକର ସମାଧାନ ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥି ସହିତ ୟୁନିୟନ ପକ୍ଷରୁ କର୍ମଚାରୀ ମାନଙ୍କର ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା । ମଞ୍ଚରେ ୟୁନିୟନର ସଭାପତି ଆର୍ତ୍ତବନ୍ଧୁ ବିଶ୍ୱାଳ,ସାଧାରଣ ସମ୍ପାଦକ ରବୀନ୍ଦ୍ର ନାଥ ବେହେରା, ସହ ସମ୍ପାଦକ ସତ୍ୟ ନାରାୟଣ ବେହେରା, ବାଲେଶ୍ୱରର ସହ ସମ୍ପାଦକ ବୃନ୍ଦାବନ ମହାନ୍ତି, ଡିଭିଜିଓନାଲ ସମ୍ପାଦକ ତ୍ରିଲୋଚନ ମହାରଣା, ଅତିରିକ୍ତ ସହ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଚୈାଧରି, ମଣ୍ଡଳ ସମ୍ପାଦକ ସଞ୍ଜୟ ବାରିକ, ସହ ମଣ୍ଡଳ ସମ୍ପାଦକ ପ୍ରକାଶ ଜେନା, ଉପଖଣ୍ଡ ଆୟୋଜକ ପ୍ରକାଶ ମହାନ୍ତି, ଦିବ୍ୟ ଦୀପକ, କୃତୀବାଶ ସାହୁ, ଚିନ୍ମୟ ବିଶ୍ୱାଳ, ଆଶୀଷ ମହାପାତ୍ର, ଜୟନ୍ତ ମହାନ୍ତ, ମଳୟ ସାହ, ସଞ୍ଜୟ ନନ୍ଦି, ଦୁର୍ଗା ଶଙ୍କର ପୋଇ, ଜ୍ୟୋସ୍ନା ମହାନ୍ତି, ମାଇତି ବାବୁ ପ୍ରମୁଖ ଉପସ୍ଥିତ ଥିବାବେଳେ ଯୋଡ଼ା, କେନ୍ଦୁଝର, ଆନନ୍ଦପୁର ଶାଖାରୁ ଶତାଧିକ ୟୁନିୟନର ସଦସ୍ୟସଦସ୍ୟା ଯୋଗ ଦେଇଥିଲେ ।

Leave A Reply

Your email address will not be published.