ପ୍ରକାଶ ପାଇଲା ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

170

ପ୍ରକାଶ ପାଇଲା ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । କଳାରେ ୮୨.୧୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଥିବାବେଳେ ଧନ୍ଦାମୂଳକ ବିଷୟରେ ୭୦.୩୫ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ଅପରାହ୍ନ ୪ଟାରେ ଭୁବନେଶ୍ବରସ୍ଥିତ ପରିଷଦ କାର୍ଯ୍ୟାଳୟରେ ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ଅଶ୍ବିନୀ ମିଶ୍ର ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀ ମାନେ www.odisharesult.nic.in ୱେବସାଇଟରେ ନିଜର ଫଳାଫଳ ଦେଖିପାରିବେ । ତେବେ ଚଳିତ ବର୍ଷ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଏହାପୂର୍ବରୁ, CHSE ଜୁଲାଇ ୨୭ ରେ ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ଷ୍ଟ୍ରିମର ଫଳାଫଳ ଘୋଷଣା କରିଥିଲା। ବାଣିଜ୍ୟ ଏବଂ ବିଜ୍ଞାନରେ ପାସ୍ ପ୍ରତିଶତ ଯଥାକ୍ରମେ ୯୪.୧୨ ଏବଂ ୮୯ ପ୍ରତିଶତ ରହିଥିଲା।

Leave A Reply

Your email address will not be published.