ମ. ରାମପୁର: ରାୟପୁର ରୁ ଗୋପାଳପୁର ଯାଇଥିବା ଏନ୍ ଏଚ୍ ୫୯ ଜାତୀୟ ରାଜପଥ ଅଁଲାପାଳି ଗ୍ରାମ ର ସଢେଲ ଜଙ୍ଗଲ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ଯୁବକ ର ପ୍ରାଣହାନି ଘଟିଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ମଦନପୁର ରାମପୁର ର ୨ ଜଣ ଯୁବକ ( ବିବେକସ୍ୱାଇଁ) ଓ ଅନ୍ୟ ଜଣେ ସେହି ଗ୍ରାମ ର ଜଗନ୍ନାଥ ସ୍ବାଇଁ।ଏକ ଗ୍ଲେମୋର ମୋଟର ସାଇକେଲ ଗାଡ଼ି ନମ୍ୱର୍ ଓ ଆର ୦୩ ଏଚ ୫୫୯୩ ଯୋଗେ ଦୁଇ ଜଣ ଯୁବକ ଦୃତ ଗତିରେ ରେ ମଦନପୁର ରାମପୁର ପଟୁ ଆସୁଥିବା ବେଳେ ସଢ଼େଲ ଜଙ୍ଗଲ ନିକଟ ରାସ୍ତା କଡ଼ରେ ଥିବା ଡ୍ରେନ୍ ରେ ବାଡେଇ ହେବା ଫଳରେ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପାଖରେ ଥିବା ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କୁ ଜଣେଇବା ଫଳରେ ସେମାନେ ତୁରନ୍ତ ଆସି ଆହତ ବ୍ୟକ୍ତି ଦ୍ବୟ ଙ୍କୁ ଉଦ୍ଧାର କରି ମଦନପୁର ରାମପୁର ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ବିକେକ ସ୍ୱାଇଁ ନାମକ ବ୍ୟକ୍ତି ଡାକ୍ତର ଖାନ ରେ ଚିକିତ୍ସା ଅବସ୍ଥା ହିଁ ମୃତ୍ୟ ବରଣ କରିଥିଲେ।ଏବଂ ଅନ୍ୟ ଜଣେ ଆହତ ବ୍ୟକ୍ତି ଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା କରି ଜିଲ୍ଲା ମୂଖ୍ୟ ଡାକ୍ତର ଖାନ କୁ ପଠାଇଥିଲେ।
Sign in
Sign in
Recover your password.
A password will be e-mailed to you.