କୋରାପୁଟ : କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତର୍ଲା ଗ୍ରାମପଞ୍ଚାୟତ ରେ ଥିବା ବିଛିନାଞ୍ଚଳ ରେ ଥିବା ଫଟକିକୁମ୍ବି ଗ୍ରାମରେ ମାଉଲିକୋଟ ମନ୍ଦିର ରେ ଯାତ୍ରା ମହା ଆଡ଼ମ୍ବର ରେ ଅନୁଷ୍ଠିତ ହୋଇଯାଇଛି. କୋଟପାଡ଼ ଓ କୁନ୍ଦ୍ରା ବ୍ଲକର ସତାଧିକ ଭକ୍ତ ମା ମାଉଲି ଙ୍କ ଆଶ୍ରିବାଦ କୃପା ଲାଭ କରିବା ପାଇଁ ଯୋଗ ଦେଇ ଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀ ନୀଳକଣ୍ଠ ପୂଜାରୀ. ପୂର୍ବତନ କାଉନ ସିଲର ଦେବି ପ୍ରସାଦ ନାୟକ. ନରେନ୍ଦ୍ର ମାଝୀ ଯୁବ କଂଗ୍ରେସ ନେତା କାଳି କୃଷ୍ଣ ହୋତା,କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳିର କଂଗ୍ରେସ ନେତା ଶ୍ରୀ ରଞ୍ଜିତ କୁମାର ପଟ୍ଟନାୟକଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିବାର ଜଣା ଯାଇଛି.ରାମସାଇ ଦିଶାରୀ. ବୁଦ୍ରୁ ସିରା. ଜଗନ୍ନାଥ ଗୌଡ଼. ରାମଚନ୍ଦ୍ର ଦୁରୁଆ. ଉଦୟ ଦୁରୁଆ. ରାମସାଇ ଦୁରୁଆ, ଗଣପତି ପୂଜାରୀ ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ଦୁରୁଆ. ୱାର୍ଡ ସଭ୍ୟ ରାମ ଭୂମିଆ ଏହି ଯାତ୍ରା ପରିଚାଳନା କରିଥିବା ଜଣାଯାଇଛି I ପ୍ରତି ବର୍ଷ ବୈଶାଖ ମାସ ରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ମନ୍ଦିର ପୂଜାରୀ ସୂଚନା ଦେଇଛନ୍ତି Iଏହି ଅବସର ରେ ମନ୍ଦିର ସମୁଖରେ ଦୁଇଟି ସିଂହ ସ୍ଥାପନ କରାଯାଇଛି. ଭକ୍ତଙ୍କ ମନରଞ୍ଜନ ପାଇଁ ଦୁଇଟି ନାଟ୍ୟ ପରିବେଷଣ କରାଯାଇଥିଲା I ତିନି ହଜାର ରୁ ଉର୍ଦ୍ଧ ଭକ୍ତ ଙ୍କ ଭିଡ଼ ରହି ଥିବା ବେଳେ ମାଁ ଙ୍କ ର ପ୍ରସାଦ ସେବନ ଯାତ୍ରା କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା I
Sign in
Sign in
Recover your password.
A password will be e-mailed to you.