ବୁଗୁଡା କୋର୍ଟ ଏ.ଏସ.ଆଇ. ନିଲମ୍ବିତ, ଗିରଫ ଓ କୋର୍ଟ ଚାଲାଣ

694

ବୁଗୁଡା:  ବୁଗୁଡା ବିଚାର ବିଭାଗୀୟ ଅଦାଲତଙ୍କ ବିଚାରପତିଙ୍କ ଜାଲ ସ୍ବାକ୍ଷର କରି ଜଣେ ବିଚାରାଧୀନ ବନ୍ଦୀକୁ ଜେଲରୁ ଖଲାସ କରିଥିବା ଅଭିଯୋଗ ନେଇ କୋର୍ଟ ଏଏସଆଇ ସୂର୍ଯ୍ୟ ନାରାୟଣ ବେହେରାଙ୍କ ବିରୁଦ୍ଧରେ ବୁଗୁଡା ଥାନା କେଶ ନଂ ୫୮/୨୧ ପ୍ରକାରେ ମାମଲା ରୁଜୁ ହୋଇଥିବା ବେଳେ ଆଜି ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଏଏସଆଇ ଶ୍ରୀ ବେହେରାଙ୍କୁ ଭଞ୍ଜନଗର ଅଫିସରେ ଜେରା କରି ପଦବୀରୁ ନିଲମ୍ବିତ କରିଥିଲେ । ପରେ କୋର୍ଟ ଏଏସଆଇ ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଭଞ୍ଜନଗରର ମାନ୍ୟବର ଏସ.ଡି.ଜେ.ଏମ. କୋର୍ଟର ଜି.ଆର. ନମ୍ବର ୧୬୪/୨୧ ପ୍ରକାରେ ମାମଲା ପଞ୍ଜିକରଣ କରାଯାଇଅଛି ।

Leave A Reply

Your email address will not be published.