ବ୍ରହ୍ମପୁର ଏମ. କେ. ସି. ଜି ମେଡିକାଲରେ ଓଡିଶା ବିଧାନସଭା ଗୃହର ଷ୍ଟେଣ୍ଡିଙ୍ଗ କମିଟି -5, ବିଭିନ୍ନ ସମସ୍ୟା ସମ୍ପର୍କରେ କରିଲେ ସମୀକ୍ଷା, ସମାଧାନ ନେଇ ସରକାରଙ୍କୁ ଅବଗତ କରାଇବୁ କହିଲେ କମିଟି

150

ବ୍ରହ୍ମପୁର — ବ୍ରହ୍ମପୁର ଏମ. କେ. ସି. ଜି ମେଡିକାଲରେ ଓଡିଶା ବିଧାନସଭା ଗୃହର ଷ୍ଟେଣ୍ଡିଙ୍ଗ କମିଟି -5, ବିଭିନ୍ନ ସମସ୍ୟା ସମ୍ପର୍କରେ କରିଲେ ସମୀକ୍ଷା, ସମାଧାନ ନେଇ ସରକାରଙ୍କୁ ଅବଗତ କରାଇବୁ କହିଲେ କମିଟି – ବ୍ରହ୍ମପୁର ଏମ. କେ. ସି. ଜି ମେଡିକାଲରେ ପରିଦର୍ଶନ କରିଲେ ଓଡିଶା ବିଧାନସଭା ଗୃହର ଷ୍ଟେଣ୍ଡିଙ୍ଗ କମିଟି -5. 9 ଜଣିଆ ସଦସ୍ୟ ଷ୍ଟାଣ୍ଡିଙ୍ଗ କମିଟି -5 ପହଁଚି ମେଡିକାଲର ଅନୁଧ୍ୟାନ କରିଥିଲେ. ମେଡିକାଲର ସମସ୍ୟା, ଅସୁବିଧା ଉପରେ ସମୀକ୍ଷା କରିଥିଲେ. ମେଡିକାଲ କଲେଜ ଡିନ ତଥା ମେଡିକାଲ ଭାରପ୍ରାପ୍ତ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ସୁଚିତ୍ରା ଦାସ, ରେଜିଷ୍ଟର ସଂଗ୍ରାମ ପଣ୍ଡା, ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗୀର ପ୍ରମୁଖ ଉପସ୍ଥିତ ଥିଲେ. ମେଡିକାଲରେ ଡାକ୍ତରଙ୍କ ଅଭାବ, ବର୍ଣ ୟୁନିଟର ସୁବିଧା ଯୋଗାଇବା, ଟ୍ରମା କେୟାର ସେଣ୍ଟର, ରୋଗୀଙ୍କ ନିମନ୍ତେ ଆବଶ୍ୟକୀୟ ନୂତନ କୋଠା, ଆଇ. ସି. ୟୁ ୟୁନିଟ ବୃଦ୍ଧି, ରୋଗୀଙ୍କ ଉନ୍ନତ ମାନର ରକ୍ତ ନମୁନା ପରୀକ୍ଷଣ କରାଯାଇ ତୁରନ୍ତ ରକ୍ତ ଯୋଗାଇବା ପ୍ରମୁଖ ସମସ୍ୟା ନେଇ ଆଲୋଚନା ଓ ସମୀକ୍ଷା ହୋଇଥିଲା. ଏସବୁ ସମସ୍ୟା ନେଇ ସରକାରଙ୍କୁ ଅବଗତ କରାଯାଇ ସମାଧାନ କରିବାକୁ ପ୍ରୟାସ କରିବୁ ବୋଲି କହିଛନ୍ତି ଷ୍ଟେଣ୍ଡିଙ୍ଗ କମିଟି. ସହରର ସମାଜସେବୀ, ବୁଦ୍ଧିଜିବୀ ମଧ୍ୟ ଉପସ୍ଥିତ ରହି ମେଡିକାଲର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ. ସମସ୍ୟାର ସମାଧାନ ହେବା ଆଶା ରଖିଥିବା କହିଛନ୍ତି. କମିଟିକୁ ସବୁ ସମସ୍ୟା, ଅସୁବିଧା ଉପରେ ଅବଗତ କରାଇଲୁ. ଶୀଘ୍ର ସମସ୍ୟାର ସମାଧାନ ହେବା ଆଶା ରଖିଥିବା କହିଛନ୍ତି ମେଡିକାଲ ଡିନ ତଥା ଭାରପ୍ରାପ୍ତ ସୁପରିଟେଣ୍ଡେଣ୍ଟ.

Leave A Reply

Your email address will not be published.