ଭାରତ ରତ୍ନ ବାବା ସାହେବ୍ ଡକ୍ଟର ବି. ଆର୍. ଆମ୍ବେଦକର ଙ୍କ ର 135 ତମ ଜୟନ୍ତୀ ପାଳନ

183

ଭଦ୍ରକ : ଭାରତ ରତ୍ନ ବାବା ସାହେବ୍ ଡକ୍ଟର ବି. ଆର୍. ଆମ୍ବେଦକର ଙ୍କ ର 135 ତମ ଜୟନ୍ତୀ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଦିଲୀପ ରାଉତରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାବା ସାହେବ୍ ଆମ୍ବେଦକର ଙ୍କ ର ଭାରତ ବର୍ଷ ପ୍ରତି ଅବଦାନ, ଦଳିତ ବର୍ଗ ର ଲୋକ ଙ୍କ ପାଇଁ ଜନ ସେବା, ଦେଶ ରେ ସାମାଜିକ ଅର୍ଥ ନୈତିକ ଅଭିବୃଦ୍ଧି, ପ୍ରମୁଖ ବଳିଷ୍ଠ ଭୂମିକା ଉପରେ ଗୁରୁତ୍ବ ଆରୋପ କରି ସ୍ମୃତି ଚାରଣ କରିଥଲେ। ଆହୁରି ବାବା ସାହେବ୍ ଯେପରି ପ୍ରତିକୂଳ ପରିସ୍ଥିତି ରେ ନିଜକୁ ଇଗଲ ପକ୍ଷୀ ପରି ହାର ନ ମାନି ବର୍ଷା, ବିଜୁଳି କୁ ଭ୍ରୁକ୍ଷେପ ନକରି ଉପର କୁ ଉପରକୁ ଉଡ଼ି ଯିବା ପରି ଦେଶ କୁ ଏକ ନୂତନ ରାସ୍ତା ଦେଖେଇଥିଲେ , ସେଇପରି ଆଜିର ଯୁବ ସମାଜ ସେଇ ଆଦର୍ଶ ରେ ଅନୁପ୍ରାଣିତ ହେବା ଦରକାର ବୋଲି ବକ୍ତବ୍ୟ ରେ କହିଥିଲେ। ମୁଖ୍ୟ ବକ୍ତା ରାଜେନ୍ଦ୍ର ପ୍ରସାଦ ଜେନା ମଧ୍ୟ ତାଙ୍କର ଗବେଷଣାତ୍ମକ ଅଭିଭାଷଣ ରେ ବାବା ସାହେବ୍ ଙ୍କ ମହାନ୍ ବ୍ୟକ୍ତିତ୍ଵ ଉପରେ ଆଲୋକପାତ କରିଥଲେ। ଅନ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଡେପୁଟୀ କଲେକ୍ଟର ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ, କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ସାମଲ,ଜିଲ୍ଲା ସଂସ୍କୃତି ଅଧିକାରି ତନୁଜା ସୀର୍କା ଅଂଶ ଗ୍ରହଣ କରିଥିଲେ। ସମାଜସେବୀ ତଥା ରୋଟରିଆନ ଅତିଶ୍ ବେହେରା ମଞ୍ଚ ପରିଚାଳନା କରିଥଲେ। ଉପମଞ୍ଚ ରୁ ଉକ୍ତ ଆଲୋଚନା ଚକ୍ର ରେ ରସିକ ମୋହନ ମହାନ୍ତି,ତାହେର ମହମ୍ମଦ, ମହେନ୍ଦ୍ର ମଲ୍ଲିକ ଭାଗ ନେଇ ଥିଲେ। କାର୍ଯକ୍ରମ ଟିକୁ ସୁଚାରୁ ରୁପେ ପାଳନ କରିବାରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ର କର୍ମଚାରୀ ଲିସାରାଣୀ ରାଉତ୍, ମିନାକ୍ଷୀ ଗର।ବରୁ, ପ୍ରଫୁଲ୍ଲ, କାଠିଆ ସହଯୋଗ କରିଥଲେ।

Leave A Reply

Your email address will not be published.