ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲା ବିଇଓ ।ଜଣେ ପ୍ରଧାନଶିକ୍ଷକ ଙ୍କ ବକେୟା ଦରମା କ୍ଳିଅର କରିବା ପାଇଁ ତାଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରଗଡ଼ ଜିଲ୍ଲା ଝାଡ଼ବନ୍ଧ ବ୍ଲକର ଶିକ୍ଷା ଅଧିକାରୀ ରଣଜୀତ ଭୋଇଙ୍କୁ ମାଡିବସିଲା ଭିଜିଲାନ୍ସ।କିଛି ସଚ୍ଚୋଟ ଶିକ୍ଷକମାନେ ବିରୋଧ କରିବା ସହ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲା। ଭିଜିଲାନ୍ସ ଏହି ଖବର ପାଇବା ପରେ ଶ୍ରୀ ଭୋଇଙ୍କୁ ଲାଞ୍ଚ ନେବା ବେଳେ ଧରିବାକୁ ଯୋଜନା କରିଥିଲା।ଯୋଜନା ମୁତାବକ ଜଣେ ପ୍ରଧାନଶିକ୍ଷକ ନିଜ ସ୍କୁଲର ଶିକ୍ଷକମାନଙ୍କ ଦରମା ଟଙ୍କା ରିଲିଜ୍ କରିବା ପାଇଁ ୫ ହଜାର ଟଙ୍କା ଧରି ଶ୍ରୀ ଭୋଇଙ୍କ ପାଖରେ ପହଞ୍ଚିଥିଲେ। ତେବେ ସେ ଏହି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହଠାତ୍ ସେଠାରେ ପହଞ୍ଚି ଯାଇଥିଲା। ସମ୍ବଲପୁର ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Sign in
Sign in
Recover your password.
A password will be e-mailed to you.