ଭୂସୁଡ଼ିଲା ବ୍ରିଜ, କୋରାପୁଟ _ରାୟଗଡ଼ା ଯୋଗା ଯୋଗ ବିଛିନ୍ନ, ଜିଲାପାଳ ଙ୍କ ସମୀକ୍ଷା

170

କୋରାପୁଟ, 16 ଅଗଷ୍ଟ – ରାୟଗଡା 326 ରାଜ୍ୟ ରାଜପଥ ବଙ୍ଗଳା ଗୁଡା, ଲେନ୍ଦିରି ମାଲିଗୁଡ଼ା ମଝି ରେ ଥିବା ବ୍ରିଜ ଭାଙ୍ଗି ଯାତାୟତରେ ବ୍ୟାହତ। 60 ଫୁଟ ର ବ୍ରିଜ ଟି ହଟାତ 20 ଫୁଟ ତଳକୁ ଭୁଶୁଡିଭିଗଲା। ଅଳ୍ପକେ ବଂଚିଲା ଗ୍ୟାସ ବୋଝେଇ ଟ୍ରକ ।ଉଭୟ ପଟେ ଅଟକିଛି ଗାଡି ।

କୋରାପୁଟ ଜିଲ୍ଲା ଅନ୍ତର୍ଗତ ମସ୍ତିପୁଟ ବଙ୍ଗଳା ଗୁଡା ବ୍ରିଜ୍ ପ୍ରବଳ ବର୍ଷା ଭୁସୁଡିଲା। ଯାହାଫଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି। ଏହି ବ୍ରିଜ କୋରାପୁଟ ଏବଂ ରାୟଗଡା ଏନ୍. ଏଚ୍. ୩୨୬ କୁ ସଂଯୋଗ ରହିଥିଲା। ଏହି ବ୍ରିଜ ତଳକୁ ପାଡ଼ାଗଡ ନଦୀ ପ୍ରବାହିତ ହୋଇ କାଠର ଗଡା ଡେମ୍ ଠାରେ ସଂଯୋଗ କରୁଥିବା ଜଣାପଡିଛି। ରାୟଗଡା ଠାରୁ ଆସୁଥିବା ଯାନବାହାନ ଗୁଡ଼ିକ ପଡାଗଡ ଠାରୁ ଧାଲମୁଣ୍ଡା, ମାଲକାନଗିରି ଦେଇ କୋରାପୁଟ ଯାଉଥିବା ବେଳେ ଅନ୍ୟପଟେ ଡୁମୁରିପୁଟ ଓ ଦାମନଯୋଡି ରାସ୍ତା ଦେଇ କୋରାପୁଟ ଯାଉଥିବା ଦେଖିବାକୁ ମିଳିଛି । କୋରାପୁଟ ରାୟଗଡ଼ା ଯୋଗା ଯୋଗ ବିଛିନ୍ନ ହୋଇଥିବା ବେଳେ କୋରାପୁଟ ଜିଲ୍ଲାପାଳ ଅବଦୁଲ ମହ ମ୍ମଦ ଆକ୍ତର୍ ଘଟଣା ସ୍ତଲରେ ପହଂଚି ସମୀକ୍ଷା କରିଛନ୍ତି ।

Leave A Reply

Your email address will not be published.