ରଥ ଟାଣିଲେ ମୁଖ୍ୟମନ୍ତ୍ରୀ

196

ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏହି ରଥଯାତ୍ରା ପାଇଁ ଜନାରଣ୍ୟ ପାଲଟିଛି ପୁରୀ ବଡ ଦାଣ୍ଡ । କୋଭିଡ କଟକଣା ରେ ଦୁଇ ବର୍ଷ ଧରି ରଥଯାତ୍ରା ହେଉଥିବା ବେଳେ ଆଜି କୋଭିଡ କଟକଣା କୋହଳ ହୋଇ ପାଳନ ହେଉଛି । ଯାହାଫଳରେ ଭକ୍ତ ଏବଂ ଭଗବାନଙ୍କ ମହାମିଳନ ଦେଖିବାକୁ ମିଳିଛି ପୁରୀ ବଡ ଦାଣ୍ଡରେ । ଜନ ସମୁଦ୍ର ପାଲଟିଛି ବଡ ଦାଣ୍ଡ । ଅନ୍ୟ ପକ୍ଷରେ ଘୋଷଯାତ୍ରା ଉପଲକ୍ଷେ ପୁରୀ ଯାଇ ରଥଯାତ୍ରା ଦେଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ସେ ବଡ ଦାଣ୍ଡରେ ନନ୍ଦିଘୋଷ ରଥ ଟାଣିଛନ୍ତି । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ୫-ଟି ସଚିବ ଭି କେ ପାଣ୍ଡିଆନ, କାନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ଗଣେଶୀ ଲାଲ, ବାଚଷ୍ପତି ବିକ୍ରମ କେଶରୀ ଆରୁଖ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.