ରାଜଧାନୀକୁ ହାଇକୋର୍ଟ ସ୍ଥାନାନ୍ତର ଦାବିରେ ଓକିଲ ସଂଘର ଧାରଣା

165

ଭୁବନେଶ୍ୱର, 23 ସେପ୍ଟେମ୍ବର – ଭୁବନେଶ୍ୱରକୁ ହାଇକୋର୍ଟ ସ୍ଥାନାନ୍ତର ଦାବି ନେଇ ଶୁକ୍ରବାର ଭୁବନେଶ୍ୱର ଓକିଲମାନଙ୍କ ଦ୍ୱାରା ଆନ୍ଦୋଳନ କରାଯାଇଥିଲା । କୋର୍ଟର ମୁଖ୍ୟ ଫାଟକ ନିକଟରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପ୍ରତିବାଦ କରି ଓକିଲମାନେ ଧାରଣା ଦେଇଥିଲେ । ୨୦୧୩ମସିହାରୁ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପ୍ରତିମାସ ଶେଷ ଶୁକ୍ରବାର ଏଥି ପାଇଁ ଆନ୍ଦୋଳନ କରାଯାଉଛି । ଭୁବନେଶ୍ୱରରେ ହାଇକୋର୍ଟ ସ୍ଥାପନ ହେଲେ ବହୁ ଆଇନଜୀବୀ ଓ ଜନସାଧାରଣ ଉପକୃତ ହେବେ । ଏହି ଶାନ୍ତି ପୂର୍ଣ୍ଣ ଧାରଣାରେ ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ସଂଘର ସଭାପତି ରବି ନାରାୟଣ ସାମନ୍ତରାୟ, ଉପସଭାପତି ଅଭୁମନ୍ୟୁ ସ୍ୱାଇଁ, ସମ୍ପାଦକ ରାଜ୍ କିଶୋର ଦାସ, ଯୁଗ୍ମ ସମ୍ପାଦକ ଅଶୋକ ବଡ଼ପଣ୍ଡା, ସହ ସମ୍ପାଦକ ରାଜେନ୍ଦ୍ର କୁମାର ଦାସ, କୋଷାଧ୍ୟକ୍ଷ ଦିବାକର ମିଶ୍ର, ଚିତ୍ରସେନ ଶ୍ରୀଚନ୍ଦନ, ଦିପ୍ତିରଞ୍ଜନ ଦଳେଇ, ପୂର୍ବତନ ସଭାପତି ଏସ୍ଏସ୍ ସୁବୁଦ୍ଧି ଓ ଯୁବ ଆଇନଜୀବୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.