ଭୁବନେଶ୍ୱର : ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ସରକାନ ପଞ୍ଚାୟତର ଅନ୍ଧୋଟି ଗାଁରେ ଥିବା ଏକ ଆଉଟ୍ ହାଉସ୍ ଉପରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୋମାମାଡ଼ରେ ଆଉଟ ହାଉସର ଛପର ଉଡ଼ିଯାଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଆଉଟ ହାଉସ ଉପରେ ଦୁଇଟି ବୋମା ପକାଇ ଫେରାର ହୋଇଯାଇଥିଲେ। ସେତେବେଳେ ଆଉଟ ହାଉସରେ ଦୁଇ ଜଣ ବ୍ୟକ୍ତି ଥିଲେ। ଜମି ବିବାଦରୁ ଏହି ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ଯାଞ୍ଚି କରିବା ସହିତ ଘଟଣାର ତଦନ୍ତ କରୁଛି। ତେବେ ଏପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରିନାହିଁ।
Sign in
Sign in
Recover your password.
A password will be e-mailed to you.