ଦେଶର ରାଷ୍ଟ୍ରପତି ପ୍ରାର୍ଥୀ କୁ ନେଇ ଚାଲିଥିବା ସମସ୍ତ କଳ୍ପନା ଜଳ୍ପନା ରେ ପୁର୍ଣ୍ଣଚ୍ଛେଦ ପଡିଛି । ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପକ୍ଷରୁ ଚୟନ କରାଯାଇଛି । ଏନେଇ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଏକ ସମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନା ଘୋଷଣା କରିଛନ୍ତି । ଏକ ଏନଡିଏ ସଂସଦୀୟ ବୈଠକରେ ଦ୍ରୌପଦୀ ମୁର୍ମୁଙ୍କ ନା ଘୋଷଣା କରାଯାଇଥିବା ବେଳେ ଉକ୍ତ ବୈଠକରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୍ନେକ ବରିଷ୍ଠ ମନ୍ତ୍ରୀ ଯୋଗ ଦେଇଥିଲେ । ଯାହାଫଳରେ ସର୍ବସମ୍ମତିକ୍ରମେ ଦ୍ରୌପଦୀସ ମୁର୍ମୁଙ୍କ ନାରେ ମୋହର ଲାଗିଛି ।
ଓଡିଶାର ମୟୁରଭଞ୍ଜ ଜିଲ୍ଲାରେ ତାଙ୍କ ଘର ହୋଇଥିବା ବେଳେ ଶେ ଜଣେ ଓଡିଶାର ଆଦୀବାସି ନେତ୍ରୀ । ସୂଚନାଅନୁସାରେ ସେ ୧୯୯୭ ସମିହାରେ ପ୍ରଥମ ଥର ପାଇଁ ରାଜନୀତି ମୈଦାନରେ ପାଦ ଥାପିଥିଲେ । ପରବର୍ତୀ ପର୍ଯ୍ୟାୟରେ ୨୦୦୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ସେ ରାଇରଙ୍ଗପୁରର ବିଧାୟକ ଭାବେ ନିଜର ଦାୟୀତ୍ୱ ତୁଲାଇଥିଲେ । ଓଡିଶା ସରକାରଙ୍କ ମନ୍ତ୍ରୀ ଭାବେ ମଧ୍ୟ ସେ ଦାୟୀତ୍ୱ ବହନ କରିଥିଲେ । ସେହିପରି ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବେ ମଧ୍ୟ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଯଦିଓ ସେ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି ତେବେ ଓଡିଶାର ପ୍ରଥମ ରାଷ୍ଟ୍ରପତି ହେବେ ଏବଂ ଦେଶର ଦ୍ୱୀତିୟ ମହିଳା ରାଷ୍ଟ୍ରପତି ହେବେ । ତାଙ୍କ ବିରୋଦ୍ଧରେ ବିରୋଧି ପାର୍ଟି ପକ୍ଷ୍ରୁ ଜଶୋବନ୍ତ ସିହ୍ନା ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବିବେଚିତ ହୋଇଛନ୍ତି । ତେବେ ମୁର୍ମୁ ଏବଂ ସିହ୍ନାଙ୍କ ମଧ୍ୟରେ ଲଢେଇ ହେବାକୁ ଥିବା ବେଳେ ଜୁଲାଇ ୧୮ ତାରିଖରେ ନିର୍ବାଚନ ପରବର୍ତୀ ପର୍ଯ୍ୟାୟରେ ୨୧ ତାରିଖରେ ନିର୍ବାଚନ ଫଳାଫଳ ବାହାରିବ ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୁର୍ମୁଙ୍କୁ ଶୁଭେଚ୍ଛା ପ୍ରାଦାନ କରିଛନ୍ତି । ଟ୍ୱିଟ୍ ଜରୀଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି ମହିଳା ଶସକ୍ତିକରଣ ଦିଗରେ ଦ୍ରୌପଦୀ ମୁର୍ମୁଙ୍କ ଭୂମିକା ବେଶ୍ ଗୁରୁତ୍ୱ ପୂର୍ଣ୍ଣ ଅଛି । ତାଙ୍କର କାର୍ଯ୍ୟ ଦକ୍ଷତା ବେଶ୍ ପ୍ରଶଂସନୀୟ ସହିତ ଆଗକୁ ସେ ଆଦିବାସୀ ଏବଂ ପଛୁଆ ବର୍ଗଙ୍କ ବିକାଶ ଦିଗରେ ଅନେକ କାର୍ଯ୍ୟ କରିବେ ।
Sign in
Sign in
Recover your password.
A password will be e-mailed to you.
Next Post