ଅନୁଗୋଳ ବ୍ଲକ ଲାଇଟ୍ ଅଫ ଲାଇଫ ଟ୍ରଷ୍ଟର ୩ତମ ବାର୍ଷିକ ଉତ୍ସବ ପିଟିସି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ଲାଇଟ୍ ଅଫ ଲାଇଫ ଟ୍ରଷ୍ଟରରାଜ୍ୟ ସଂଯୋଜକ ୪୨୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଖଲାରୀ, ପିଟିସି, ଜରାସିଂହା, ଶ୍ରୀ ଜଗନ୍ନାଥ, ଯୁବରାଜ ଏବଂ ବଲାସିଂହା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ମୁଖ୍ୟ ବକ୍ତା ଭାବେ ଲୋପାମୁଦ୍ରା ଦେହୁରୀ ଏବଂ ପୂର୍ବତନ ମହିଳା ସରକାରୀ ବିଶ୍ଵ ବିଦ୍ୟାଳୟର ପ୍ରଧାନ ଅଧ୍ୟକ୍ଷା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷା ଓ ଉତ୍ସବର ମହତ୍ତ୍ଵ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ। ବାର୍ଷିକ ଉତ୍ସବରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା। ଭରତ କୁମାର ନାୟକ ଉତ୍ସବର ବିବରଣୀ ପାଠ କରିଥିବା ବେଳେ ସନାତନ ସାହୁ ଅତିଥି ପରିଚୟ ପ୍ରଦାନ ପ୍ରଦାନ କରିଥିଲେ। ସୁବ୍ରତ ସାହୁ ଓ ସୁଶ୍ରୀ ଅର୍ପିତା ପ୍ରିୟ ଦର୍ଶନୀ ଏବଂ ସୁଶ୍ରୀ ଶକ୍ତି ସତ୍ୟରୁପା ପୁରସ୍କାର ବିତରଣରେ ସହଯୋଗ କରିଥିଲେ। ସୁଚରିତା ମିଶ୍ର, ବୀଣାପାଣି ଗଡ଼ନାୟକ ଓ ଉଲ୍ଲାସ କୁମାର ମୁଦୁଲି ଛାତ୍ରଛାତ୍ରୀ ମାନଙ୍କର ଶୃଙ୍ଖଳିତରେ ସହଯୋଗ କରିଥିଲେ ଏବଂ ସୁଶ୍ରୀ ସ୍ଵୀକୃତି ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।ଲାଇଟ୍ ଅଫ ଲାଇଫ ଟ୍ରଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ ଅନ୍ୟ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ।
Sign in
Sign in
Recover your password.
A password will be e-mailed to you.