ରାୟଗଡା :- ମୁନିଗୁଡା ବ୍ଲକ ର ଚାରି ଗୋଟି ସମିତି ସଭ୍ୟ/ସଭ୍ୟା ବିଜୁ ଜନତା ଦଳ ପରିତ୍ୟାଗ କରି କୋରାପୁଟ ସାଂସଦ ଏବଂ ବିଷମକଟକ ବିଧାୟକ ଙ୍କ କାର୍ଯ୍ୟସଳି ଓ ଜାତୀୟ କଂଗ୍ରେସ ଦଳର ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ଗେମ୍ବେଲି (ମୁନିଖୋଲ GP), କୁନି କୁମାରୀ କାଡ୍ରାକା (ଘୋମଟାଗୁଡା GP), ଉଦ୍ଧବ ଶିକକା (କୁମୁଡାବାଲି GP), ମମତା ପ୍ରାସ୍କାକା (ମୁନିଗୁଡା GP) ଏବଂ ଶରତ ପୀଡିକାକା ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଙ୍କ ପୁତ୍ର ବିଜୁ ଜନତା ଦଳ ଛାଡି କଂଗ୍ରେସ ଦଳରେ ସାଂସଦ ଙ୍କ ବାସଭାବନ ରେ ସାମିଲ ହୋଇଛନ୍ତି l ଏହି ମିଶ୍ରଣ ପର୍ବରେ ମୁନିଗୁଡା ବ୍ଲକ କଂଗ୍ରେସ ସଭାପତି ଶ୍ରୀ ନୀଳାମ୍ବର ବିଭୋର,ସାଂସଦ ପ୍ରତିନିଧି ରଜନୀକାନ୍ତ ପାଡ଼ାଲ,ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବେହେରା,ସରସ୍ବତୀ ଶବର ମୁନିଗୁଡା ସରପଞ୍ଚ,ରାଜ୍ୟ କଂଗ୍ରେସ ସାଧାରଣ ସୋମ୍ପାଦକ ଦୁର୍ଗା ପଣ୍ଡା, ଆସଲାମ ଖାନ, ରାଧା ମୋହନ ଟାକିରି,ଭୀମରାଜ ଶିକକା, ତିଳେକ ନାଗ ସମସ୍ତ ଉପସ୍ଥିତ ରହିଥିଲେ l
Sign in
Sign in
Recover your password.
A password will be e-mailed to you.