ଲାଞ୍ଚ ନେଇ ଧରାପଡ଼ିଲେ ଇଡି ଅଧିକାରୀ

166

ନୂଆଦିଲ୍ଲୀ: ଇଡି ଅଧିକାରୀନେଉଥିଲେ ଲାଞ୍ଚ । ଗିରଫ କଲାଏସିବି । ରାଜସ୍ଥାନ ଏସିବି, ଇଡିରଦୁଇ ଅଧିକାରୀଙ୍କୁ ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି । ଉଭୟ ଏକ ମାମଲାର ରଫାଦଫା କରିବା ପାଇଁ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ଗିରଫ ଇଡି ଅଧିକାରୀଙ୍କ ନାଁ ନବଲକିଶୋର ମୀନା ଏବଂ ତାଙ୍କର ସହଯୋଗୀ ବାବୁଲାଲା ମୀନା । ଉଭୟଙ୍କ ରାଜସ୍ଥାନର । ନବଲ
କିଶୋର ମୀନା ମଣିପୁର ଇଡିରେ କାର୍ଯ୍ୟରତ । ସେହିପରି ବାବୁଲାଲ ମଧ୍ୟସ୍ଥି ଭାବରେ କାମ କରୁଥିଲେ । ସେ ବର୍ତ୍ତମାନ ଅଲବରର ଖୈର ସ୍ଥରରେ କନିଷ୍ଠ ସହାୟକ କାର୍ଯ୍ୟାଳୟରେ
ନିୟୋଜିତ ଅଛନ୍ତି । ତେବେ ବର୍ତ୍ତମାନ ଏସବି ଉଭୟଙ୍କୁ ପଚାରଉଚରା କରୁଛି । ବର୍ତ୍ତମାନ ଏସିବି ଇଡିର ଏହି ଇନ୍ସପେକ୍ଟରର ଅନେକ ଠିକଣାରେ ରେଡ୍ କରୁଛି । କୁହାଯାଉଛି ଯେ, ସେ
ମଣିପୁରରେ ଏକ ଚିଟ୍ଫଣ୍ଡ୍ କମ୍ପାନି ମାମଲାର ସମାଧାନ କରାଇବା ଏବଂ ଅନ୍ୟ ସୁବିଧା ଦେବା ନାଁରେ ପୀଡ଼ିତଙ୍କୁ ୧୭ ଲକ୍ଷ ଟଙ୍କା ମାଗିଥିଲେ । ଆଉ ଏହି କ୍ରମରେ ୧୫ ଲକ୍ଷ ଟଙ୍କା ନେଉ
ଥିବାବେଳେ ଧରାପଡ଼ିଛନ୍ତି । ଏହି ଚଢ଼ଉ ଅଲବରରେ କରାଯାଇଛି । ଏସିବି ଅଧିକାରୀଙ୍କ କହିବା ଅନୁଯାୟୀ, ମଣିପୁରରେ ନିକଟରେ କିଛି ଲୋକଙ୍କବିରୋଧରେ ଚିଟ୍ଫଣ୍ଡ୍ କମ୍ପାନି ଚଳାଇବା ଏବଂ ଠକେଇ ମାମଲା ରୁଜୁ ହୋଇଥିଲା । ଆଉ ଏହି କେସକୁରଫାଦଫା କରିବାକୁ ନେଇ ପୀଡ଼ିତଙ୍କୁଇଡିର ଏହି ଅଧିକାରୀ ଟଙ୍କାମାଗୁଥିଲେ । ପୀଡ଼ିତ ପୋଲିସ୍ ଏସିବି ଅଫିସରଙ୍କୁ କହିଛନ୍ତି ଯେ, ଇଡି ଅଧିକାରୀ ନବଲ କିଶୋର ମୀନା ଏବଂ ତାଙ୍କର ସହଯୋଗୀ କର୍ମଚାରୀ ବାବୁଲାଲ ମୀନା ତାଙ୍କ ଠାରୁ ଟଙ୍କା ମାଗୁଥିଲେ । ସେମାନେ ଏହି ଟଙ୍କା ଦେଲେ କମ୍ପାନିର କେସ୍ରେ ତାଙ୍କର ସମ୍ପତ୍ତି
ଆଟାଚ୍ ହେବନାହିଁ ବୋଲି କହିଥିଲେ ।

Leave A Reply

Your email address will not be published.